fbpx

ଅନ୍ଧ ବିଶ୍ୱାସର ସବୁ ସୀମା ପାର୍: ସୂର୍ଯ୍ୟଗ୍ରହଣରେ ଶିଶୁକୁ ମାଟିରେ ପୋତିଲେ ମାତାପିତା

କର୍ଣ୍ଣାଟକ,୨୬ ।୧୨: ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ଆଜି ସକାଳ ୮ଟା ୧୯ରୁ ଆରମ୍ଭ ହୋଇ ଦିନ ୧୧ଟା ୨୮ଶେଷ ହୋଇଛି । ମହାକାଶରେ ଦୃଶ୍ୟମାନ ଏହି ମହାଜାଗତିକ ଦୃଶ୍ୟକୁ ସାରା ଦେଶବାସୀ ଦେଖିଛନ୍ତି । କିନ୍ତୁ ପୂର୍ବରୁ ଚାଲିଆସୁଥିବା ଅନ୍ଧବିଶ୍ୱାସ ଆଜି ମଧ୍ୟ ଦେଖିବାକୁ ମିଳୁଛି । ଆଜିର ସୂର୍ଯ୍ୟପରାଗରେ ଏପରି କିଛି ଦୁଭାଗ୍ୟପୂର୍ଣ୍ଣ ଅନ୍ଧବିଶ୍ୱାସ ସାମନାକୁ ଆସିଛି ।

କର୍ଣ୍ଣାଟକର ଗୁଲବର୍ଗାରେ ଅନ୍ଧବିଶ୍ୱାସର ଛାପ ଦେଖିବାକୁ ମିଳିଛି, ଯେଉଁଠି ଜଣେ ଦିବ୍ୟାଙ୍ଗ ଶିଶୁକୁ ଜିଅନ୍ତା ମାଟିରେ ପୋତିଛନ୍ତି ମାତାପିତା । ତେବେ ଏଠାରେ ଅନ୍ଧବିଶ୍ୱାସ ରହିଛି କି, ଦିବ୍ୟାଙ୍ଗ ଶିଶୁକୁ ସୂର୍ଯ୍ୟଗ୍ରହଣ ଦିନ ମାଟିରେ ପୋତିବା ଦ୍ୱାରା ସେ ଆରୋଗ୍ୟ ହୋଇଥାଏ । ଏନେଇ ଶିଶୁର ମାତାପିତା ତାର ଗୋଡଟାରୁ ମୁଣ୍ଡ ପର୍ଯ୍ୟନ୍ତ ମାଟିରେ ପୋତିଦେଇଥିଲେ । ଶିଶୁର କେବଳ ମୁଣ୍ଡ ହିଁ ବାହାରେ ରହିଥିଲା ।

Get real time updates directly on you device, subscribe now.