fbpx

ରାଜ୍ୟର ୩୦ ଜିଲ୍ଲାରୁ ଆଜି ୩୨୫୨ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୨୯ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ସର୍ବାଧିକ ୩୦ ଜିଲ୍ଲାରୁ ୩୨୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୯୮୭ ଓ ସ୍ଥାନୀୟ ଅଞ୍ଚଳରୁ ୧୨୬୫ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭୯୨୦କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଖୋର୍ଦ୍ଧାରୁ ୭୬୨, ରାୟଗଡ଼ାରୁ ୪୫୦, କଟକରୁ ୩୨୩, ଗଞ୍ଜାମରୁ ୧୬୯, ବରଗଡ଼ରୁ ୧୪୬, ପୁରୀରୁ ୧୩୫, ମୟୁରଭଞ୍ଜରୁ ୧୨୩, ନୟାଗଡ଼ରୁ ୧୨୦, ଢ଼େଙ୍କାନାଳରୁ ୯୪, ସୁନ୍ଦରଗଡ଼ରୁ ୯୪, ଯାଜପୁରରୁ ୮୩, ବାଲେଶ୍ୱରରୁ ୭୮, କେନ୍ଦ୍ରାପଡ଼ାରୁ ୭୭, ଭଦ୍ରକରୁ ୭୬, ବଲାଙ୍ଗୀରରୁ ୬୪, ସମ୍ବଲପୁରରୁ ୬୩, ଝାରସୁଗୁଡ଼ାରୁ ୫୫, କେନ୍ଦୁଝରରୁ ୫୦, ନବରଙ୍ଗପୁରରୁ ୪୧, ବୌଦ୍ଧରୁ ୩୮, ସୋନପୁରରୁ ୩୮, ଜଗତସିଂହପୁରରୁ ୩୬, କନ୍ଧମାଳରୁ ୨୬, କୋରାପୁଟରୁ ୨୫, ନୂଆପଡ଼ାରୁ ୨୫, ମାଲକାନଗିରିରୁ ୨୧, ଗଜପତିରୁ ୨୦, ଅନୁଗୁଳରୁ ୧୧, ଦେଓଗଡ଼ରୁ ୭, କଳାହାଣ୍ଡିରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.