fbpx

ଉତ୍ତରପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ସତୀଶ ମହାନାଙ୍କୁ କରୋନା

ଉତ୍ତରପ୍ରଦେଶ, ୨୯ା୮: ଦେଶରେ ବଢ଼ି ବଢ଼ି ଚାଲିଛି କରୋନା ସଂକ୍ରମଣ । ମହାମରୀ କରୋନା ନେତାଠାରୁ ଆରମ୍ଭ କରି ମନ୍ତ୍ରୀଙ୍କୁ କବଳିତ କରିବାରେ ଲାଗିଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ସତୀଶ ମହାନାଙ୍କୁ କରେନା ହୋଇଥିବା ସୂଚନା ମିଳିଛି । ସେ ନିଜେ ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ସଙ୍ଗରୋଧରେ ରହିବା ଓ କୋଭିଡ଼ ଟେଷ୍ଟ କରିବାକୁ ସେ ଅନୁରୋଧ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ତାଙ୍କ ଠାରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯିବା ପରେ ସେ କୋଭିଡ଼ ଟେଷ୍ଟ କରିଥିଲେ ଯାହାର ରିପୋର୍ଟ ପଜିଟିଭ ଆସିଛି ।

Get real time updates directly on you device, subscribe now.