fbpx

ବନ୍ୟାରେ ୨୦ଜିଲ୍ଲା ପ୍ରଭାବିତ, ୧୭ ମୃତ : ଏସଆରସି

ଭୁବନେଶ୍ୱର, ୩୦ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଥିଲା । ଏନେଇ ହୀରାକୁଦ ଡ଼୍ୟାମର ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲା ଯାଇଥିଲା । ତେଣୁ ରାଜ୍ୟରେ ବନ୍ୟା ପରିସ୍ଥିତି ଉପୁଜିଛି । ସେହି ବନ୍ୟା କ୍ଷୟକ୍ଷତି ନେଇ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସେ କହିଛନ୍ତି ବନ୍ୟାରେ ୧୭ଜଣଙ୍କ ଜୀବନ ଯାଇଛି । ବନ୍ୟାରେ ୨୦ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ୧୭ଜଣଙ୍କ ଜୀବନ ଯାଇଛି । ୨୦ଟି ଜିଲ୍ଲାର ୧୧୨ଟି ବ୍ଲକର ୩୨୫୬ ଗ୍ରାମର ୧୪ଲକ୍ଷ ୩୨ହଜାର ୭୦୧ ଜଣ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ସେହିପରି ୧୭ଜଣଙ୍କ ଜୀବନ ଯିବା ସହ ୧୦ହଜାର ୩୮୨ ଘର ନଷ୍ଟ ହୋଇଛି ।

Get real time updates directly on you device, subscribe now.