fbpx

ନିଟ୍ ଓ ଜେଇଇ ମେନ ପରୀକ୍ଷାର୍ଥୀଙ୍କୁ ସୁବିଧା ଯୋଗାଇବା ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବଙ୍କ ଟ୍ୱିଟ୍

ଭୁବନେଶ୍ୱର, ୩୧ା୮(ଓଡ଼ିଶା ଭାସ୍କର): ନିଟ୍ ଓ ଜେଇଇ ମେନ୍ ପରୀକ୍ଷାର୍ଥୀଙ୍କୁ ବିଭିନ୍ନ ସୁବିଧା ଯୋଗଇବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ଏହି ସୁବିଧା ଯୋଗାଇବା ପ୍ରସଙ୍ଗରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏକ ଟ୍ୱିଟ କରିଛନ୍ତି । ସେ କହିଛନ୍ତି ଏଯାଏଁ ପରୀକ୍ଷା କେନ୍ଦ୍ରକୁ ଆସିଥିବା ସବୁ ପରୀକ୍ଷାର୍ଥୀଙ୍କୁ ସୁବିଧା ମିଳିଛି । ଏହାସହ ହଷ୍ଟେଲ ଯୋଗାଇଥିବାରୁ ଇଞ୍ଜିନିୟରିଂ କଲେଜକୁ ଅସିତ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ରାଜ୍ୟର ୨୬ଟି କେନ୍ଦ୍ରରେ ଜେଇଇ ମେନ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା,ସମ୍ବଲପୁର, ଢ଼େଙ୍କାନାଳ, ବାଲେଶ୍ୱରରେ ପରୀକ୍ଷା କେନ୍ଦ୍ର ହୋଇଛି ।

Get real time updates directly on you device, subscribe now.