fbpx

ରାଜ୍ୟର ୩୦ ଜିଲ୍ଲାରୁ ଆଜି ୩୫୪୩ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର, ୫ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ସର୍ବାଧିକ ୩୦ ଜିଲ୍ଲାରୁ ୩୫୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୧୬୧ ଓ ସ୍ଥାନୀୟ ଅଞ୍ଚଳରୁ ୧୩୮୨ ଜଣ ଚିହ୍ନଟ ହୋଇଛନ୍ତି ।ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୦୨୨୧କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଖୋର୍ଦ୍ଧାରୁ ୮୭୮, ମୟୁରଭଞ୍ଜରୁ ୩୨୬, କଟକରୁ ୨୯୫, ବରଗଡ଼ରୁ ୨୭୪, ଯାଜପୁରରୁ ୨୦୬, ବାଲେଶ୍ୱରରୁ ୧୫୩, ଗଞ୍ଜାମରୁ ୧୦୨, ସୋନପୁରରୁ ୯୯, ନୂଆପଡ଼ାରୁ ୯୮, କୋରାପୁଟରୁ ୯୦, ଝାରସୁଗୁଡ଼ାରୁ ୮୭, ଜଗତସିଂହପୁରରୁ ୮୫, ସମ୍ବଲପୁରରୁ ୮୩, ଢ଼େଙ୍କାନାଳରୁ ୬୯, ଅନୁଗୁଳରୁ ୬୮, ବୌଦ୍ଧରୁ ୬୭, ରାୟଗଡ଼ାରୁ ୬୭, ପୁରୀରୁ ୬୧, ସୁନ୍ଦରଗଡ଼ରୁ ୫୬, ଭଦ୍ରକରୁ ୫୦, କେନ୍ଦ୍ରାପଡ଼ାରୁ ୪୮, କେନ୍ଦୁଝରରୁ ୪୪, କନ୍ଧମାଳରୁ ୩୮, ବଲାଙ୍ଗୀରରୁ ୩୭, କଳାହାଣ୍ଡିରୁ ୩୭, ନୟାଗଡ଼ରୁ ୩୪, ନବରଙ୍ଗପୁରରୁ ୩୩, ଜପତିରୁ ୨୯, ମାଲକାନଗିରିରୁ ୨୫, ଦେଓଗଡ଼ରୁ ୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

Get real time updates directly on you device, subscribe now.