fbpx

ଶକ୍ତିଶାଳୀ ହେଲା ବାୟୁସେନା

ନୂଆଦିଲ୍ଲୀ,୧୦ ।୯: ବାୟୁସେନାରେ ଆଜି ସାମିଲ ହୋଇଛି ୫ଟି ରାଫେଲ ଯୁଦ୍ଧ ବିମାନ । ବାୟୁସେନାକୁ ରାଫେଲ ହସ୍ତାନ୍ତର କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ହସ୍ତାନ୍ତର ପୂର୍ବରୁ ସବୁ ଧର୍ମର ବିଧିବିଧାନ ଅନୁସାରେ ରାଫେଲର ପୂଜାଚ୍ଚର୍ନା ହୋଇଛି । ଆନୁଷ୍ଠାନିକ ଭାବେ ବାୟୁସେନାରେ ରାଫେଲ ସାମିଲ ହୋଇଛି । ରାଜନାଥ ସିଂହ ଓ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ସାମିଲ । ସିଡିଏସ ଜେନେରାଲ ବିପିନ ରାୱତ, ବାୟୁ ସେନାମୁଖ୍ୟ ଉପସ୍ଥିତ ରହିଛନ୍ତି । ଅମ୍ବାଲା ଏୟାର ଫୋର୍ସ ଷ୍ଟେସନର ସେଭେଟିନ ସ୍କ୍ୱାଡ୍ରନରେ ମୁତୟନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସରୁ ୫ଟି ରାଫେଲ ଯୁଦ୍ଧବିମାନ ଆଣିଛି ଭାରତ । ହରିଆଣାର ଆମ୍ବାଲା ଏୟାରବେସ୍‌ରେ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଛି, ଯେଉଁଥିରେ ଯୋଗ ଦେଇଛନ୍ତି ଫ୍ରାନ୍ସ ପ୍ରତିରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି।

Get real time updates directly on you device, subscribe now.