fbpx

୨୭.୪୨ କୋଟି ଟଙ୍କାର ଓଭରବ୍ରିଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର,୧୨ ।୯(ଓଡିଶା ଭାସ୍କର): ବ୍ରହ୍ମପୁର ସହରର ବହୁ ପ୍ରତୀକ୍ଷିତ ରେଳ ଓଭର ବ୍ରିଜ ଆଜି ଉଦଘାଟିତ ହୋଇଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲାଞ୍ଜିପଲ୍ଲୀ-ଇଞ୍ଜିନିୟର ସ୍କୁଲ ମଝିରେ ୨୭.୪୨ କୋଟି ଟଙ୍କାରେ ଏହି ବ୍ରିଜ ନିର୍ମିତ ହେବ । ଦିଗପହଣ୍ଡିରେ କପା ପ୍ରକ୍ରିୟାକରଣ କାରଖାନାର ମଧ୍ୟ ଶିଳାନ୍ୟାସ କରାଯାଇଛି । ୨ କୋଟି ୨ ଲକ୍ଷ ଟଙ୍କା ବ୍ୟୟରେ ଏହି କପା କାରଖାନା ପ୍ରତିଷ୍ଠା ହେଉଛି । କପାକଳରେ ୧୦୦ ଜଣଙ୍କୁ ନିଯୁକ୍ତି ମିଳିବା ସହ ଏଥିରେ ୬ ବ୍ଳକର ଚାଷୀ ଉକପୃତ ହେବେ ।

ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ ବ୍ରହ୍ମପୁରକୁ ଆଧୁନିକ ସହର କରିବାକୁ ଯୋଜନା ହେଉଛି । ଗଞ୍ଜାମରେ କରୋନା ସ୍ଥିତି ସ୍ୱାଭାବିକ ହେଉଛି, କିନ୍ତୁ ବିପଦ ଟଳିନି ।’ ଗଞ୍ଜାମବାସୀଙ୍କୁ ସତର୍କ ଓ ସଚେତନ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.