fbpx

ଥଣ୍ଡା କ୍ଷୀର ପିଇଲେ ଶରୀରକୁ କେଉଁ ସବୁ ଫାଇଦା ମିଳେ? ଜାଣନ୍ତୁ

କ୍ଷୀର ପିଇବା ପାଇଁ ପ୍ରାୟ ସମସ୍ତିଙ୍କୁ ଭଲ ଲାଗିନଥାଏ। କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ।  କ୍ଷୀରରେ କ୍ୟାଲସିୟମ୍‌ ଓ ଭିଟାମିନ୍‌ ଡି ରହିଛି ଯାହା ହାଡ଼କୁ ମଜଭୁତ ରଖିବାରେ ସାହାଯ୍ୟ କରେ। ଅନେକଙ୍କୁ  ଥଣ୍ଡା କ୍ଷୀର ପିଇବାକୁ ଭଲ ଲାଗିଥାଏ ତ ଆଉ ଜଣ ଜଣଙ୍କୁ ଉଷୁମ କ୍ଷୀର ପିଇବାକୁ ଭଲ ଲାଗିଥାଏ। କିନ୍ତୁ ଥଣ୍ଡା କ୍ଷୀର ପିଇଲେ ଶରୀରକୁ କେଉଁ ସବୁ ଫାଇଦା ମିଳେ ଆସନ୍ତୁ ଜାଣିବା..

ଥଣ୍ଡା କ୍ଷୀର ପିଇଲେ ଶରୀରର ତାପମାତ୍ରା ନିୟନ୍ତ୍ରଣରେ ରହିଥାଏ।

ଅଫିସ, ଜିମ୍‌ରୁ ଆସି ସମ୍ପୂର୍ଣ୍ଣ ଥକିଗଲେ ଥଣ୍ଡା କ୍ଷୀର   ପିଇବା ଦ୍ୱାରା ଦେହକୁ ତୁରନ୍ତ ଶକ୍ତି ଯୋଗାଏ।

ଥଣ୍ଡା କ୍ଷୀରରେ ଥିବା ପ୍ରୋଟିନ ମାଂସପେଶୀକୁ ସୁଦୃଢ ରଖିବାରେ ସାହାଯ୍ୟ କରେ।

ଥଣ୍ଡା କ୍ଷୀର ପିଇବା ଦ୍ୱାରା ଏସିଡିଟି, ମେଦବହୁଳତା ଓ  ବାରମ୍ୱାର ଭୋକ ଲାଗିବା ପରି ସମସ୍ୟା ଦୂର ହୋଇଥାଏ।

ତ୍ୱଚାରେ ଥଣ୍ଡା କ୍ଷୀରରେ ଲୁଣ ମିଶାଇ ଲଗାଇଲେ ଚେହେରା ସଫା ଓ ଉଜ୍ଜ୍ବଳ  ଦେଖା ଯାଇଥାଏ।

 

Get real time updates directly on you device, subscribe now.