fbpx

ବଡ଼ ଖବର: ବାଜିଲା ବିହାର ନିର୍ବାଚନ ବିଗୁଲ, ୩ଟି ପର୍ଯ୍ୟାୟରେ ହେବ ନିର୍ବାଚନ ଓ ଜାଣନ୍ତୁ କେଉଁ ତାରିଖରେ ହେବ କେଉଁ ପର୍ଯ୍ୟାୟ ଭୋଟିଂ

ନୂଆଦିଲ୍ଲୀ, ୨୫ା୯: ବାଜିଲା ନିର୍ବାଚନ ବିଗୁଲ । ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏକ ସାମ୍ବାଦିକ ସମ୍ମିଳନୀ କରି ବିହାରର ବିଧାନସଭା ନିର୍ବାଚନ ସମ୍ପର୍କରେ କହିଛନ୍ତି । ୩ଟି ପର୍ଯ୍ୟାୟରେ ବିହାର ବିଧାନସଭା ଆସନ ପାଇଁ ନିର୍ବାଚନ ହେବ । ଅକ୍ଟୋବର ୨୮ରେ ପ୍ରଥମ ପର୍ଯ୍ୟାୟରେ ୧୬ଟି ଜିଲ୍ଲାରେ ୭୧ଟି ଆସନ ପାଇଁ, ନଭେମ୍ବର ୩ରେ ଦ୍ୱିତୀୟରେ ୧୭ଟି ଜିଲ୍ଲାରେ ୯୪ ଓ ନଭେମ୍ବର ୭ରେ ତୃତୀୟ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରେ ୭୮ଟି ଆସନ ପାଇଁ ଭୋଟିଂ ହେବ । ନଭେମ୍ବର ୧୦ରେ ଭୋଟ ଗଣତି ହେବ ।

Get real time updates directly on you device, subscribe now.