fbpx

୪ରୁ ଖୋଲିବ ନନ୍ଦନକାନନ

ଭୁବନେଶ୍ୱର,୨୮ ।୯(ଓଡିଶା ଭାସ୍କର): ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର ୪ରୁ ଖୋଲାଯିବ ନନ୍ଦନକାନନ । ଏହାର ବଟାନିକାଲ ଗାର୍ଡେନ ମଧ୍ୟ ୪ରୁ ଖୋଲାଯିବ । ନନ୍ଦନକାନନ ଖୋଲିବା ନେଇ ପିସିସିଏଫ ହରିଶଙ୍କର ଉପାର୍ଯ୍ୟାୟ ସୂଚନା ଦେଇଛନ୍ତି । ଏକକାଳୀନ କେତେ ସଂଖ୍ୟକ ପର୍ଯ୍ୟଟକଙ୍କୁ ଛଡାଯିବ, ତାହାର ତର୍ଜମା କରାଯିବ । ମାସ୍କ ପିନ୍ଧିନଥିଲେ କୌଣସି ପର୍ଯ୍ୟଟକଙ୍କୁ ଭିତରକୁ ଛଡାଯିବ ନାହିଁ । ଉଭୟ ଅନଲାଇନ୍ ଓ ଅଫ୍ ଲାଇନରେ ଟିକେଟ ମିଳିପାରିବ । ଅଫ୍ ଲାଇନରେ ଟିକେଟ ନେବାକୁ ଧାଡି ନୁହେଁ, ଜଣ ଜଣଙ୍କୁ ଦିଆଯିବ । ପର୍ଯ୍ୟଟକମାନଙ୍କର ଥର୍ମାଲ ସ୍କାନିଂ ହେବ ।

Get real time updates directly on you device, subscribe now.