fbpx

୫ ଦିନ ପାଇଁ ରାଜ୍ୟରେ ୟେଲୋ ୱାର୍ଣ୍ଣିଂ, ଜାଣନ୍ତୁ କେଉଁ ଜିଲ୍ଲା ସାମିଲ?

ରାଜ୍ୟର ବିଭିନ୍ନ ସ୍ଥାନରେ ୭ ତାରିଖ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨ରୁ ୩ ଅକ୍ଟୋବର ଯାଏଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ୧୧ଟି ଜିଲ୍ଲା ମଧ୍ୟରେ ରହିଛି ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର,ଯାଜପୁର, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଗଞ୍ଜାମ, କନ୍ଧମାଳ ।

ସେହିପରି ୩ରୁ ୪ ଅକ୍ଟୋବର ଯାଏଁ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ଜିଲ୍ଲାଗୁଡିକ ହେଉଛି- କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବରଗଡ, ବୌଦ୍ଧ, ଗଞ୍ଜାମ, ପୁରୀ, ସୋନପୁର, ନୟାଗଡ, ରାୟଗଡା , କେନ୍ଦୁଝର ଓ ମୟୂରଭଞ୍ଜ ।

୪ରୁ ୫ ତାରିଖ ଯାଏଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ୧୪ଟି ଜିଲ୍ଲା ଯଥା- କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୋନପୁର, ବୌଦ୍ଧ, କନ୍ଧମାଳ, ସମ୍ବଲପୁର, ଅନୁଗୁଳ, ମୟୂରଭଞ୍ଜ, କଟକ, ଢେଙ୍କାନାଳ ଓ ଗଞ୍ଜାମରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

୫ରୁ ୬ ଅକ୍ଟୋବର ପାଇଁ ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି । ୧୩ ଜିଲ୍ଲା ଯଥା- କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ସୋନପୁର, ବାଲେଶ୍ୱର, ନବରଙ୍ଗପୁର, ନୂଆପଡା, ଭଦ୍ରକ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଝାରସୁଗୁଡା,କେନ୍ଦୁଝରରେ ଅତି ପ୍ରବଳ ବର୍ଷାର ହେବାର ସମ୍ଭାବନା ରହିଛି ।

ସେହିପରି ୬ରୁ ୭ ଅକ୍ଟୋବର ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ନୂଆପଡା, ବରଗଡ, ଝାରସୁଗୁଡା ଓ ସୁନ୍ଦରଗଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.