fbpx

ରାଜସ୍ଥାନ ରୟାଲ୍ସ ସହ ଯୋଗ ଦେବେ ଷ୍ଟୋକ୍ସ

ଦୁବାଇ,୩ା୧୦: ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସ ଆଜି ରାଜସ୍ଥାନ ରୟାଲ୍ସ ଦଳ ସହ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି । ଅସୁସ୍ଥ ପିତାଙ୍କ ଚିକିତ୍ସା ପାଇଁ ଷ୍ଟୋକ୍ସ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଯାଇଥିଲେ । ତେଣୁ ବିଳମ୍ବରେ ପହଞ୍ଚିବାକୁ ପଡିଲା । ଏଠାରେ ପହଞ୍ଚିବା ପରେ କ୍ୱାରେଣ୍ଟାଇନରେ ରହିବାକୁ ପଡିବ । ଏହା ପରେ କରୋନା ପରୀକ୍ଷା ଦେବାକୁ ପଡିବ । ରିପୋର୍ଟ ନେଗେଟିଭ ଆସିଲେ ସେ ଖୁବ ଶୀଘ୍ର ଦଳ ସହିତ ଯୋଗ ଦେବେ ବୋଲି ରାଜସ୍ଥାନ ରୟାଲ୍ସ ମ୍ୟାନେଜମେଣ୍ଟ କ୍ଷରୁ ସୂଚନା ଦିଆ ଯାଇଛି । ଇତି ମଧ୍ୟରେ ରାଜସ୍ଥାନ ରୟାଲ୍ସ ତିନି ମ୍ୟାଚ ଖେଳି ଦୁଇ ବିଜୟ ହାସଲ କରିଥିବା ବେଳେ ତୃତୀୟ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଠାରୁ ହାରିଛି ।

ତେବେ  ଆଜି ପୁଣି ରୟାଲ ଚାଲେଞର୍ସ ବାଙ୍ଗାଲୋର ଦଳ ସହ ମୁକାବିଲା କରିବାକୁ ଯାଉଛି । ରବିନ ଉଥାପା ଓ ରିୟାନ ରାଗ ଦଳର ରଣନୀତିକୁ ସଫଳ କରିବା ଦିଗରେ ବିଶେଷ ଭୂମିକା ଗ୍ରହଣ କରି ପାରୁ ନ ଥିବା ବେଳେ ଷ୍ଟୋକ୍ସଙ୍କ ଯୋଗଦାନ ପରେ ସ୍ଥିତି ନିଶ୍ଚିତ ଅଧିକ ମଜଭୁତ ହୋଇ ପାରିବ ବୋଲି ରାଜସ୍ଥାନ ରୟାଲ୍ସ ଅଧିନାୟକ ଷ୍ଟିଭ ସ୍ମିଥ୍ କହିଛନ୍ତି । ତେଣୁ ଉଥ।। ଓ ରାଗଙ୍କୁ ହଟାଇ ସେମାନଙ୍କ ସ୍ଥାନରେ ଷ୍ଟୋକ୍ସ ଓ ଅନ୍ୟ ଜଣେ ଖେଳାଳିଙ୍କୁ ସାମିଲ କରିବା ପାଇଁ ମ୍ୟାନେଜମେଣ୍ଟ ପକ୍ଷରୁ ନିଷ୍ପତି ନିଆ ।ଇଛି । ତେବେ ଷ୍ଟୋକ୍ସଙ୍କ ଯୋଗଦାନ ପରେ ରାଜସ୍ଥାନ ରୟାଲ୍ସର ସ୍ଥିତି ନିଶ୍ଚିତ ଶକ୍ତିଶାଳୀ ହେବ । କାରଣ ସେ ଜଣେ ମ୍ୟାଚ ବିଜୟୀ ତଥା ପ୍ରଭାବୀ ଅଲରାଉଣ୍ଡର । ଗତ ବର୍ଷ ଅନୁଷ୍ଠିତ ଦିନିକିଆ ବିଶ୍ୱକରେ ଷ୍ଟୋକ୍ସ ନିଜର ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଇଂଲଣ୍ଡକୁ ପ୍ରଥମ ଥର ପାଇଁ ଟାଇଟଲ ବିଜୟୀ କରାଇବା ଦିଗରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ ।

Get real time updates directly on you device, subscribe now.