fbpx

ଏପ୍ରିଲରୁ ସବୁ ପଞ୍ଚାୟତକୁ ମିଳିବ ହାଇସ୍ପିଡ୍ ଇଣ୍ଟରନେଟ

ଭୁବନେଶ୍ୱର,୬ ।୧୦(ଓଡିଶା ଭାସ୍କର): ୨୦୨୧ ଏପ୍ରିଲ୍ ସୁଦ୍ଧା ସବୁ ପଞ୍ଚାୟତକୁ ମିଳିବ ହାଇସ୍ପିଡ୍ ଇଣ୍ଟରନେଟ । ରାଜ୍ୟ ସ୍ତରୀୟ କାର୍ଯ୍ୟକାରିତା କମିଟିରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଦୂରସଞ୍ଚାର ସଚିବଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ରାଜ୍ୟରେ ଡିଜିଟାଲ୍ ଭିତ୍ତିଭୂମିର ବିକାଶରେ ସହାୟକ ହେବ ଇଣ୍ଟରନେଟ ।

ତେବେ ବର୍ତ୍ତମାନ ସୁଦ୍ଧା ୪,୬୫୧ ପଞ୍ଚାୟତ ଓ ୨୩୦ ବ୍ଲକ୍ ଇଣ୍ଟରନେଟ ସଂଯୁକ୍ତ ହୋଇଛି । ଏପ୍ରିଲ ସୁଦ୍ଧା କେବୁଲ ବିଛାଇ ଇଣ୍ଟରନେଟ ସଂଯୋଗ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

Get real time updates directly on you device, subscribe now.