fbpx

ସବୁ ରାଜ୍ୟକୁ ଗୃହ ମନ୍ତ୍ରାଳୟର ଚିଠି, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ଼, ୧୦ ।୧୦: ଉତ୍ତରପ୍ରଦେଶର ହାଥରସରେ ଦଳିତ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ପରେ ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମହିଳାଙ୍କ ଉପରେ ହେଉଥିବା ଅପରାଧ ନେଇ ସବୁ ରାଜ୍ୟକୁ ଚିଠି ଲେଖିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏଭଳି ମାମଲାରେ ଏଫଆଇଆର ବାଧ୍ୟତାମୂଳକ ବୋଲି କୁହାଯାଇଛି । ୨ ମାସରେ ତଦନ୍ତ ଶେଷ କରିବାକୁ କହିଛି ଗୃହ ମନ୍ତ୍ରାଳୟ । ତଦନ୍ତରେ ଅବହେଳା ହେଲେ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.