fbpx

ରାଜଭବନ ନିକଟସ୍ଥ ପେଟ୍ରୋଲ ପମ୍ପ ସିଲ୍

ଭୁବନେଶ୍ୱର,୧୧ ।୧୦(ଓଡିଶା ଭାସ୍କର) : ଭୁବନେଶ୍ୱର ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କିରେ ବିସ୍ଫୋରଣ ଘଟଣାରେ ଆଜି ପେଟ୍ରୋଲ ପମ୍ପକୁ ସିଲ୍ କରାଯାଇଛି। ଆଇଓସିଲ୍ ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାଯାଇଛି। ତେବେ ଗତ ୭ ତାରିଖରେ ରାଜଭବନ ନିକଟସ୍ଥ ଇଣ୍ଡିଆନ ଅଏଲ ପେଟ୍ରୋଲ ଟାଙ୍କିରେ ବଡ଼ ଧରଣର ବିସ୍ଫୋରଣ ଘଟିବା ଫଳରେ ଟାଙ୍କିରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ । କେଉଁ କାରଣରୁ ଟାଙ୍କିରେ ନିଆଁ ଲାଗିଲା ସେ ସମ୍ପର୍କରେ ସବି‌ଶେ‌ଷ ଜଣାପଡ଼ିନାହିଁ । ଗଭର୍ଣ୍ଣର ହାଉସ ପାଖ ପେଟ୍ରୋଲ ପମ୍ପରେ ଲାଗିଥିଲା ଏହି ନିଆଁ । ଭୀଷଣ ଭାବେ ନିଆଁ ଲାଗି ହୁତୁ ହୁତୁ ହୋଇ ଜଳିଉଠିଥିଲା ପେଟ୍ରୋଲ ପମ୍ପ । ଏକ ଗ୍ୟାସ ଟାଙ୍କି ଫାଟି ଏପରି ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।

Get real time updates directly on you device, subscribe now.