fbpx

ଆଇପିଏଲ: କେକେଆରକୁ ୮୨ ରନରେ ପରାସ୍ତ କଲା ବେଙ୍ଗାଲୁର

ସାରଜା ,୧୨।୧୦ : ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୨୮ ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସକୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୮୨ ରନରେ ପରାସ୍ତ କରିଛି ।ଏହି ମ୍ୟାଚରେ ବେଙ୍ଗାଲୁରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା। ଦଳ ପକ୍ଷରୁ ଡିଭିଲିୟର୍ସ ମାତ୍ର ୩୩ଟି ବଲରୁ ବିସ୍ଫୋରକ ୭୩ ରନ କରିଥିଲେ। ସେହିପରି ଆରୋନ ଫିଞ୍ଚ ୩୭ ବଲରୁ ୪୭ ଓ ବିରାଟ କୋହଲି ୨୮ଟି ବଲରୁ ୩୩ ରନ କରିଥିଲେ। ଫଳରେ ବାଙ୍ଗାଲୋର ୨୦ ଓଭରରେ ୨ ୱିକେଟ ହରାଇ ୧୯୪ ରନ କରିଥିଲା ।

୧୯୫ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓଲ୍ଲାଇଥିବା କୋଲକାତା ନାଇଟ ରାଇଡର୍ସ ୨୦ ଓଭରରେ ୯ ୱିକେଟ ହରାଇ ମାତ୍ର ୧୧୨ ରନ କରିବାରେ ସକ୍ଷମ ହେଇଥିଲା ।ଫଳରେ ଦଳ ପକ୍ଷରୁ ସର୍ବାଧିକ ଶୁଭମନ ଗିଲ ୨୫ଟି ବଲରୁ ୩୪ ରନ ହାସଲ କରିଥିଲେ।

Get real time updates directly on you device, subscribe now.