fbpx

୭ ମାସ ପରେ ଆଜି ଖୋଲିଲା ସିନେମା ହଲ୍, କିନ୍ତୁ ମାନିବାକୁ ପଡିବ ଏହି ନିୟମ

ନୂଆଦିଲ୍ଲୀ,୧୫ ।୧୦: କରୋନା ଭାଇରସ୍ ମହାମାରୀ ସମୟରେ ଅନଲକ୍-୫ରେ କରାଯାଇଥିବା କୋହଳ ଗୁଡିକ ଆଜିଠାରୁ ଲାଗୁ ହେଉଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ଗାଇଡଲାଇନ୍ ଅନୁସାରେ, ଅକ୍ଟୋବର ୧୫ ପରେ ସିନେମା ହଲ୍, ମନୋରଞ୍ଜନ ପାକ. ସୁଇମିଂ ପୁଲ୍ ଖୋଲିବାକୁ ଅନୁମତି ଦିଆଯିବ । ଆଜିଠାରୁ ଦେଶର ୧୦ଟି ରାଜ୍ୟ ଓ ୪ଟି କେନ୍ଦ୍ର ଶାସିତ ଅଞ୍ଚଳରେ ମଲ୍ଟିପ୍ଲେକ୍ସ ଖୋଲାଯାଇଛି । ଏହାର ୪୮୭ଟି ସ୍କ୍ରିନରେ ଆଜିଠାରୁ ହିଁ ଫିଲ୍ମ ଦେଖିବା ଆରମ୍ଭ ହେବ । କିନ୍ତୁ ସିନେମା ହଲରେ ପୂର୍ବ ଦର୍ଶକଙ୍କ ତୁଳାନାରେ ଅଧା ଦର୍ଶକଙ୍କୁ ଦେଖିବାକୁ ଅନୁମତି ମିଳିବ । ମନ୍ତ୍ରାଳୟ ଦ୍ୱାରା ସିନେମାହଲଗୁଡିକୁ ୫୦ ପ୍ରତିଶତ ଦର୍ଶକ ବସିବାକୁ ଅନୁମତି ମିଳିଛି ।

କିନ୍ତୁ ସିନେମାହଲଗୁଡିକରେ ଫିଲ୍ମ ଦେଖିବା ପାଇଁ କିଛି ନିୟମ ରହିଛି । ନିୟମ ମୁତାବକ:-

-୬ ବର୍ଷରୁ କମ୍ ଓ ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ସିନେମା ହଲକୁ ପ୍ରବେଶ ପାଇଁ ଅନୁମତି ନାହିଁ ।

-ସିନେମା ହଲରେ ପ୍ରବେଶ ପାଇଁ ମୋବାଇଲରେ ଆରୋଗ୍ୟ ସେତୁ ଆପ୍ ରହିବା ଆବଶ୍ୟକ ।

-ହଲ ଭିତରେ ଗୋଟିଏ ସିଟ ପରେ ଗୋଟିଏ ସିଟ ଖାଲି ରହିବ । ସିଟର କେବଳ ୫୦% ଲୋକଙ୍କୁ ଭିତରକୁ ଛଡାଯିବ ।

-ହଲରେ ପ୍ରବେଶ ପରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ଜରୁରି ।

– ସିନେମା ହଲରେ ଭେଣ୍ଟିଲେଟରର ସଠିକ୍ ବ୍ୟବସ୍ଥା ରହିବା ଜରୁରି । ଏସିର ତାପମାତ୍ରା ୨୩ ଡିଗ୍ରୀରୁ ଅଧିକ ରଖିବାକୁ ପଡିବ ।

– ଫିଲ୍ମ ଦେଖିବା ସମୟରେ ଯେକୌଣସି ପ୍ରକାରର ଖାଇବା ପିଇବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧ ରହିଛି ।

-ଅନଲାଇନ୍ ମାଧ୍ୟମରେ ଟିକେଟ କାଟିବାକୁ ପଡିବ । ଲାଇନରେ ଠିଆ ହୋଇ ଟିକେଟ୍ ନେଇପାରିବେ ନାହିଁ ।

-ସମସ୍ତ ଦର୍ଶକଙ୍କୁ ସାନିଟାଇଜର ଯୋଗାଇବାର ଦାୟିତ୍ୱ ସିନେମା ପରିଚାଳନାର ଦାୟିତ୍ୱ ।

Get real time updates directly on you device, subscribe now.