fbpx

ଏନକାଉଣ୍ଟରରେ ଟଳିଲେ୨ ଆତଙ୍କବାଦୀ

ଶ୍ରୀନଗର,୨୮ ।୧୦ : ଏନକାଉଣ୍ଟରରେ ନିହତ ହେଲେ ୨ ଆତଙ୍କବାଦୀ । କାଶ୍ମୀରର ବଡଗାମ ଜିଲ୍ଲାର ଆରିବାଗ ମାଚାମା ଅଞ୍ଚଳରେ ହୋଇଛି ଏହି ଏନକାଉଣ୍ଟର । ଏହି ସମୟରେ ଉଭୟ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ପକ୍ଷରୁ ମଧ୍ୟ ଗୁଳିଚାଳନା ହୋଇଥିଲା ।

ଏହି ଅଞ୍ଚଳରେ କିଛି ଆତଙ୍କୀ ଲୁଚି ରହିଥିବା ଖବର ପାଇ ସର୍ଚ୍ଚ ଅପରେସନ ଚାଲିଥଲା । ମୃତ ଆତଙ୍କୀର ପରିଚୟ ଅସ୍ପଷ୍ଟ ରହିଛି । ତେବେ ଉକ୍ତ ଅଞ୍ଚଳରେ ଆହୁରି କିଛି ଆତଙ୍କୀ ଲୁଚି ରହିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି ରଖିଛି ସେନା ।

Get real time updates directly on you device, subscribe now.