fbpx

ସ୍ୱାଭିମାନ ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି,୨୮ ।୧୦(ଓଡିଶା ଭାସ୍କର): ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଚାଲିଥିବା ଗୁଳି ବିନିମୟ ଶେଷ ହୋଇଛି । ସୁରକ୍ଷାକର୍ମୀଙ୍କ ଆକ୍ରମଣରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଗୋଟିଏ ଆଇଇଡି ବିସ୍ଫୋରଣ, ୧୬ ରାଉଣ୍ଡ ଗୁଳି, ଗୋଟିଏ ମାଗାଜିନ, ୩୨ଟି ଡିଟୋନେଟର, ରେଡିଓ, ମାଓ ପୋଷାକ, କିଟ୍ ବ୍ୟାଗ୍ ଜବତ ହୋଇଛି ।

ତେବେ ପାପମେଟାଲ ଥାନା ଗୁଣମାମୁଡି ଗାଁ ପାଖରେ ଉଭୟ ମୁହାଁମୁହିଁ ହୋଇଥିଲେ । ଗୁଣମାମୁଡି ଗାଁ ପାଖରେ ସୁରକ୍ଷାକର୍ମୀଙ୍କ କମ୍ବିଂ ବେଳେ ଗୁଳି କରିଥିଲେ ନକ୍ସଲ । ସୁରକ୍ଷାକର୍ମୀଙ୍କ ପ୍ରତିଆକ୍ରମଣ କରିବାରୁ ନକ୍ସଲମାନେ ଜଙ୍ଗଲକୁ ଖସି ପଳାଇଥିଲେ । ଗତ ୨ ଦିନ ତଳେ ଆରମ୍ଭ ହୋଇଥିଲା ଅପରେସନ । ମାଓ ଶିବିର ଥିବାର ସୂଚନା ପାଇ ପୋଲିସ ଆରମ୍ଭ କରିଥିଲା ଅପରେସନ । ଏହି ଅପରେସନରେ ନିୟୋଜିତ ଥିଲେ SOG, BSF, DVFସହ ଆନ୍ଧ୍ର ପୋଲିସ ।

Get real time updates directly on you device, subscribe now.