fbpx

ଶୀତ ଦିନରେ କିପରି ନେବେ ତ୍ୱଚାର ଯତ୍ନ, ଜାଣନ୍ତୁ

ପାଖେଇ ଆସୁଛି ଶୀତଦିନ । ଏହି ଦିନ ମାନଙ୍କରେ ତ୍ୱଚାର ଯତ୍ନ ଅଧିକ ନେବାକୁ ପଡ଼େ । ଶୀତଦିନରେ ପାଦ ଫାଟିବା ,ଓଠ ଫାଟିବା ଓ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଫାଟିବା ଭଳି ଅନେକ ସମସ୍ୟା ଦେଖାଦିଏ । ତେବେ କିପରି ନେବା ଏହାର ଯତ୍ନ ? କେଉଁଭଳି ସରଳ ଉପାୟ ଅବଲମ୍ବନ କରି ଏହି ସମସ୍ୟାକ ଦୂର କରି ହେବ ଓ ତ୍ୱଚାକୁ କୋମଳ ରଖିହେବ । ଆସନ୍ତୁ ଜାଣିବା କିଛି ଟିପ୍ସ…

– ଯଦି ଆପଣ ସାବୁନ ବ୍ୟବହାର କରୁଛନ୍ତି ତେବେ ଏହା ଶୀତ ଦିନେ ବନ୍ଦ କରିଦିଅନ୍ତୁ । କାରଣ ସାବୁନରେ ରହୁଥିବା କାଷ୍ଟିକ ସୋଡ଼ା ତ୍ୱଚାକୁ କଳା ପକାଇବା ସହ ଏହାକୁ ଶୁଖିଲା କରେଇ ଦେଇଥାଏ । ଏହା ବଦଳରେ ଆପଣ ଘରେ ଥିବା ଦେଶୀ ଗାଇର ଖିର ୫୦ ଗ୍ରାମକୁ ଶରୀରରେ ମାଲିସ୍ କରନ୍ତୁ ଓ ଅଧଘଣ୍ଟା ଛାଡ଼ିଦିଅନ୍ତୁ । ଏହାପରେ ଗାଧାନ୍ତୁ । ଦେଖିବେ ଆପଣଙ୍କ ଶରୀର ସପୂର୍ଣ୍ଣ ସଫା ହେଇଯିବ ।

– ଶୀତ ଦିନରେ ମୁହଁକୁ ବାରମ୍ବାର ଧୋଇବା ଦ୍ୱାରା ତ୍ୱଚା ଶୁଷ୍କ ହୋଇଯାଏ । କିନ୍ତୁ ଦିନକୁ ୨ରୁ ୩ ଥର ସଫା କରି ପାରିବେ ଏବଂ ହାଇଡ୍ରେଟିଙ୍ଗ ଫେସୱାଶ ବ୍ୟବହାର କରନ୍ତୁ ।

– ଦହି ଓ ମୁଲତାନୀ ମାଟିକୁ ସଂଗ୍ରହ କରନ୍ତୁ ଓ ତାକୁ ମିଶାଇ ପେଷ୍ଟ ବନେଇ ନିଅନ୍ତୁ । ଗାଧୋଇବାର ଅଧଘଣ୍ଟା ପୁର୍ବରୁ ତାକୁ ଶରୀରରେ ଲଗାଇ ମାଲିସ୍ କରନ୍ତୁ ଓ ଗାଧୋଇ ପଡ଼ନ୍ତୁ ।ଏହାଦ୍ୱାରା ଶରୀର କୋମଳ ରହିବ ।

– ମଶୁର ଡ଼ାଲିକୁ ପାଉଡ଼ର ବନାଇ ତାକୁ ମହୁ ସହ ମିଶେଇ ରଖନ୍ତୁ । ଗାଧୋଇବା ସମୟରେ ତାକୁ ଶରୀରରେ ଲଗାଇ ଗାଧୋଇ ପଡନ୍ତୁ। ଏହିସବୁ ଉପାୟ ଅବଳମ୍ବନ କଲେ ଆପଣଙ୍କ ତ୍ୱଚା ଶୀତ ଦିନେ କୋମଳ ରହିବ ଏବଂ ସାବୁନର ଆବଶ୍ୟକତା ପଡ଼ିବନି ।

– ବେସନ ଓ ମଲାଇ ନିଅନ୍ତୁ ଓ ତାର ମଧ୍ୟ ଏକ ପେଷ୍ଟ ବନେଇ ନିଅନ୍ତୁ ସେହିପରି ଭାବେ ଭଲ ଭାବେ ମାଲିସ୍ କରି ଅଧଘଣ୍ଟା ପରେ ଗାଧୋଇ ପଡନ୍ତୁ ।

– ସର୍ଦ୍ଦି ତ୍ୱଚାକୁ ଖରାପ କରିପାରେ ଏବଂ ଏହା ବହୁ ଦିନ ପର୍ଯ୍ୟନ୍ତ ରହିଥାଏ । ତେଣୁ ମୋସୁମୀ ପରିବର୍ତ୍ତନ ଯୋଗୁଁ ଏହି ଋତୁରେ କୌଣସି କ୍ରିମ ବ୍ୟବହାର କରିବା ନିହାତି ଦରକାର ।

Get real time updates directly on you device, subscribe now.