fbpx

ଭାରତରେ ପୁଞ୍ଜିନିବେଶ ପାଇଁ ଧର୍ମେନ୍ଦ୍ରଙ୍କ ଆହ୍ୱାନ

ନୂଆଦିଲ୍ଲୀ,୬ ।୧୧: ଭାରତ-ଓପେକ୍ ଚତୁର୍ଥ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି । ଭାରତରେ ପୁଞ୍ଜିନିବେଶ ପାଇଁ ଓପେକ୍ ସଦସ୍ୟ ରାଷ୍ଟ୍ରଙ୍କୁ ନିମନ୍ତ୍ରଣ କରିବା ସହ ଶକ୍ତି କ୍ଷେତ୍ରରେ ଭାରତକୁ ଉତ୍ପାଦନ ହବ୍ରେ ପରିଣତ କରିବାକୁ ବୈଠକରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହ୍ୱାନ ଦେଇଛନ୍ତି ।

ଏଥିପାଇଁ ଭାରତ-ଓପେକ୍ ମିଳିତ ଭାବେ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ମିଳିତ ଭାବେ କାମ କଲେ ଶକ୍ତି ଚାହିଦାରେ ଅଭିବୃଦ୍ଧି ହେବ । କୋରୋନା ବେଳେ ସହାୟତା ପାଇଁ ଓପେକକୁ ଧର୍ମେନ୍ଦ୍ର ଧନ୍ୟବାଦ ଜଣାଇଛନ୍ତି । ଭାରତକୁ ଅତିରିକ୍ତ ଏଲପିଜି ଯୋଗାଇ ଦେଇଥିଲା ଓପେକ ।

ଶକ୍ତି କ୍ଷେତ୍ରରେ ଚଗ ମୋଦିଙ୍କ ଦୃଢ଼ ନେତୃତ୍ୱକୁ ବୈଠକରେ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ପ୍ରଶଂସା କରିଛନ୍ତି ଓପେକ୍ର ମହାସଚିବ ମହମ୍ମଦ ବାର୍କିଣ୍ଡୋ । ତେବେ ବୈଠକରେ ପେଟ୍ରୋଲିୟମ ମନ୍ତ୍ରାଳୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ ।

Get real time updates directly on you device, subscribe now.