fbpx

ଜନ୍ମମାଟିକୁ ଫେରିବେ ବିରଜୁ

ଭୁବନେଶ୍ୱର,୬ ।୧୧(ଓଡିଶା ଭାସ୍କର):୨୫ ବର୍ଷ ପରେ ସୁନ୍ଦରଗଡ଼ରେ ନିଜ ଜନ୍ମମାଟିକୁ ଫେରିବେ ବିରଜୁ । ବିରଜୁଙ୍କୁ ଆଣିବାକୁ ପଞ୍ଜାବର ଅମୃତସରକୁ ଯାଇଛି ଜିଲ୍ଲା ପ୍ରଶାସନର ଟିମ୍ । ଅଜାଣତରେ ସୀମା ଅତିକ୍ରମ କରିବାରୁ ପାକିସ୍ତାନ ଜେଲ୍ରେ ଥିଲେ ବିରଜୁ । ଅକ୍ଟୋବର ୨୬ରେ ଭାରତକୁ ପ୍ରତ୍ୟର୍ପଣ କରିଥିଲା ପାକିସ୍ତାନ, ଭାରତ ଫେରିବା ପରେ ଅମୃତସରରେ ସଙ୍ଗରୋଧରେ ଥିଲେ ବିରଜୁ । ଅନ୍ୟପଟେ ଏତେଦିନ ପରେ ବିରଜୁ ଫେରୁଥିବାରୁ ଗାଁରେ ଖୁସିର ଲହରି ଖେଳିଯାଇଛି ।

Get real time updates directly on you device, subscribe now.