fbpx

ବିନା ଭକ୍ତରେ ପାଳନ ହେବ ବଡଓଷା

ଆଠଗଡ, ୬ ।୧୧(ଓଡିଶା ଭାସ୍କର) : କରୋନା ପାଇଁ ସମସ୍ତ ପର୍ବ ପର୍ବାଣିରେ କଟକଣା ଲାଗିଛି । ଏହାରି ମଧ୍ୟରେ ଧବଳେଶ୍ୱର ପୀଠରେ ବଡଓଷା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ବିନା ଭକ୍ତରେ ବଡଓଷା ପାଳନ ନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି । କୋଭିଡ୍ ନିୟମ ମାନି ମନ୍ଦିରର ସମସ୍ତ ନୀତିକାନ୍ତି କରାଯିବ । ବଡଓଷା ଦିନ ଧବଳେଶ୍ୱର ପୀଠର ଆଖପାଖରେ ଜାରି ହେବ ୧୪୪ ଧାରା । ବୈଠକ ଶେଷରେ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.