fbpx

ଅବକାରୀ ବିଭାଗ ତରଫରୁ 39.600 କିଗ୍ରା ଗଞ୍ଜେଇ ଜବତ ଓ 4 ଗଞ୍ଜେଇ ମାଫିଆ ଗିରଫ

ମାଲକାନଗିରି – ୧୧/୧୧(ଓଡିଶା ଭାସ୍କର) ଆଜି ଶ୍ରୀ ଅଶୋକ କୁମାର ସେଠ୍ ଅବକାରୀ ଅଧିକ୍ଷକ ମାଲକାନଗିରିଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ନୀରିକ୍ଷକ ଗଙ୍ଗାଧର ପାଇକରାୟ ମାଥିଲି ତଥା ବାଲିମେଳା ଭାରପ୍ରାପ୍ତ ଅବକାରୀ ଅଧିକାରୀ ଏଚ ଜାଗା ରାଓ ଓ ମାଥିଲି , ବାଲିମେଳା ଅବକାରୀ ବିଭାଗ କର୍ମଚାରୀ ପେଟ୍ରୋଲିଙ୍ଗ କରିବା ସମୟରେ 2 ଟି HF Deluxe Hero କମ୍ପାନୀର ମୋଟରସାଇକେଲ ରେ କିଛି ସନ୍ଦେହ ଜନକ ଦ୍ରବ୍ୟ ଧରି କ୍ଷୀପ୍ର ବେଗରେ ଯାଉଥିଲେ । ସେମାନଙ୍କୁ ପିଛା କରିଥିଲେ ଅବକାରୀ ଟିମ ଓ ସେମାନଙ୍କ ପାଖରୁ 12kg200 ଗ୍ରାମ ଗଞ୍ଜେଇ ମିଳିଥିଲା । ମୂକା କବାଶି ପାଟଣାଗୁଡା 33 ସନୁ ଗୋଲୋରୀ ବାଟପାଲିଗୁଡ଼ା 30 ଙ୍କ ଠାରୁ 10କେଜି700ଗ୍ରାମ କରନ୍ ନାଗ 20 ଖଡକଘାଟ ( ଛତିଶଗଡ଼) ଅର୍ୟନ୍ ଓଝା 22 ଆଜମପୁର୍ (ବିହାର)ଙ୍କ ଠାରୁ 16କେଜି700ଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି ଓ ସେମାନଙ୍କୁ ଗିରଫ କରିବା ସହ ଦୁଇଟି ବାଇକ ସିଜ଼ କରାଯାଇଛି । ସର୍ବମୋଟ 39kg600gram ଗଞ୍ଜେଇ ଜବତ କରି ସେମାନଙ୍କ ନାମରେ ତିନୋଟି Ndps କେଶ ରୁଜୁ କରିଛନ୍ତି ବାଲିମେଳା ତଥା ମାଥିଲିର oic of excise ।ଗଞ୍ଜେଇ ଚୋରା ଚାଲାଣ କୁ ସମ୍ପୁର୍ଣ ବନ୍ଦ କରିବାକୁ ଅବକାରୀ ବିଭାଗ ମାଲକାନଗିରି ଅହରହ ଚେଷ୍ଟା କରୁଛି ବୋଲି ଅବକାରୀ ଅଧିକ୍ଷକ ଶ୍ରୀ ସେଠ କହିଛନ୍ତି।

Get real time updates directly on you device, subscribe now.