fbpx

ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୧୧ ।୧୧: ରିପବିଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲା ଅନ୍ତରୀଣ ଜାମିନ । ଅର୍ଣ୍ଣବଙ୍କ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି ସୁପ୍ରିମକୋର୍ଟ । ୮ ଦିନ ପରେ ଜେଲରୁ ମୁକ୍ତି ପାଇବେ ଅର୍ଣ୍ଣବ ଗୋସ୍ୱାମୀ । ଆକ୍ରୋଶମୂଳକ ଭାବେ ଅର୍ଣ୍ଣବଙ୍କୁ ଗିରଫ କରିଥିବା ଅଭିଯୋଗ ହୋଇଥିଲା । ଅନଭୟ ନାଏକ ଆତ୍ମହତ୍ୟ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ୪ ତାରିଖରେ ଘରେ ପଶି ଅର୍ଣ୍ଣବଙ୍କୁ ଉଠାଇ ଆଣିଥିଲା ମୁମ୍ବାଇ ପୋଲିସ । ବନ୍ଧୁକଧାରୀ ପୋଲିସ ଘରେ ପଶି ଅର୍ଣ୍ଣବଙ୍କୁ ଉଠାଇ ଆଣିଥିଲା । ପୂର୍ବରୁ ଅର୍ଣ୍ଣବଙ୍କ ଜାମିନ ଆବେଦନ ଖାରଜ କରିଥିଲା ବମ୍ବେ ହାଇକୋର୍ଟ । ବମ୍ବେ ହାଇକୋର୍ଟରୁ ନିରାଶ ପରେ ସୁପ୍ରିମକୋର୍ଟ ଯାଇଥିଲେ ଅର୍ଣ୍ଣବ ।

Get real time updates directly on you device, subscribe now.