fbpx

ମିଛ ମାମଲା ପାଇଁ ପୋଲିସ ଗଣିବ ୫ ଲକ୍ଷ

ବରଗଡ,୧୨ ।୧୧(ଓଡିଶା ଭାସ୍କର): ବରଗଡ ପାଇକମାଳାର ନାବାଳକ ନିଖୋଜ ଘଟଣାରେ ପୋଲିସକୁ ମହଙ୍ଗା ପଡ଼ିଲା ମିଛ ମାମଲା । ଜୀବିତ ନାବାଳକଙ୍କୁ ହତ୍ୟା କରାଯାଇଥିବା ଦର୍ଶାଇ ୨ ଜଣଙ୍କୁ ଜେଲରେ ଭର୍ତ୍ତି କରିଥିଲେ ଥାନା ଅଧିକାରୀ । ତଦନ୍ତ ଅଧିକାରୀଙ୍କ ଠାରୁ ୫ ଲକ୍ଷ କ୍ଷତିପୂରଣ ଆଦାୟ ପାଇଁ ରାଜ୍ୟ ମାନବାଧିକାର କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ୨୦୧୬ରେ ପାଇକମାଳା ଥାନା ଅଞ୍ଚଳରେ ଜଣେ ନାବାଳକ ନିଖୋଜ ଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ଦର୍ଶାଇ ୨ ଜଣଙ୍କୁ ଗିରଫ କରାଯାଇଥିଲା । ୨ ଜଣଙ୍କୁ ହତ୍ୟା ଅଭିଯୋଗରେ ଗିରଫ କରି ଜେଲ ପଠାଇଥିଲା ପୋଲିସ । ୨୦୧୮ରେ ସମ୍ପୃକ୍ତ ନାବାଳକ ଜୀବିତ ଅବସ୍ଥାରେ ଘରକୁ ଫେରି ଆସିଥିଲେ । ଏହାକୁ ନେଇ ଓଏଚଆରସିଙ୍କ ଦ୍ୱାରସ୍ଥ ହୋଇଥିଲେ ବିଶ୍ୱପ୍ରିୟ କାନୁନଗୋ । ମାମଲାର ବିଚାର କରି କ୍ଷତିପୂରଣ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ । ପ୍ରତ୍ୟେକଙ୍କୁ ଅଢେଇ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ହୋଇଛି । କ୍ଷତିପୂରଣ ଆଦାୟ ନେଇ ରାଜ୍ୟ ଗୃହ ବିଭାଗକୁ କମିଶନ ନିଦ୍ଦେଶ ଦେଇଛନ୍ତି । ଏହି କ୍ଷତିପୂରଣ ରାଶି ସମ୍ପୃକ୍ତ ପୋଲିସ ଅଧିକାରୀଙ୍କଠାରୁ ଆଦାୟ ହେବ । ନିର୍ଦ୍ଦେଶର ୨ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଆବେଦନକାରୀ ମାନବାଧିକାର କର୍ମୀ ବିଶ୍ୱପ୍ରିୟ କାନୁନଗୋ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.