fbpx

ଦିଲ୍ଲୀ ବଢୁଥିବା କରୋନା ମାମଲା ମଧ୍ୟରେ କ’ଣ ପୁଣି ଲାଗିବ ଲକଡାଉନ୍? ଜାଣନ୍ତୁ କ’ଣ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୬ ।୧୧: ଦିଲ୍ଲୀରେ ୨୪ ଘଣ୍ଟାରେ ମଧ୍ୟରେ ୭ ହଜାରରୁ ଅଧିକ ନୂଆ କରୋନା ମାମଲା ସାମ୍ନାକୁ ଆସୁଛି । ଫଳରେ କରୋନାକୁ ନେଇ ପୁଣି ଥରେ ଲୋକଙ୍କ ମନରେ ଛନକା ପଶିଛି । କରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ, ପୁଣି ଥରେ ଲକଡାଉନ୍ ଲାଗୁ ହେବ କି?

ତେବେ ଏହି ମାମଲାରେ ଦିଲ୍ଲୀ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନା ଏକ ଗୁରୁତ୍ୱପୂର୍ଣର୍ ବୟାନ ଦେଇଛନ୍ତି । ସେ କହିଛନ୍ତିି ଯେ, ‘ପ୍ରଥମେ ଯେତେବେଳ ଲକଡାଉନ୍ ଲାଗୁ ହୋଇଥିଲା, ସେବେ ତାହା ଶିକ୍ଷଣୀୟ ଥିଲା । ସେଥିରୁ ଶିକ୍ଷା ମିଳିଲା କି, ଲକଡାଉନ ଅପେକ୍ଷା ମାସ୍କ ପିନ୍ଧିବା ଅଧିକ ଲାଭଦାୟକ । ଏହାର କାରଣ ମଧ୍ୟ ବୈଜ୍ଞାନିକ ଅଟନ୍ତି । କାରଣ କୋଭିଡ ମେଡିକାଲର ଷ୍ଟାଫ୍ ବହୁତ କମ୍ ପ୍ରଭାବିତ ହୋଇଥାନ୍ତି, କାରଣ ସେମାନେ ସୁରକ୍ଷା ମଧ୍ୟରେ ରୁହନ୍ତି । ସେଥିପାଇଁ ଲକଡାଉନ ଲଗାଇବାର କୌଣସି ସୁଯୋଗ ନାହିଁ ।’

Get real time updates directly on you device, subscribe now.