fbpx

୫୦ଟି LNG ଇନ୍ଧନ ଷ୍ଟେସନର ଶିଳାନ୍ୟାସ

ନୂଆଦିଲ୍ଲୀ,୧୯ ।୧୧: ଦେଶର ପ୍ରଥମ ୫୦ଟି LNG ଇନ୍ଧନ ଷ୍ଟେସନର ଶିଳାନ୍ୟାସ କରିଛନ୍ତି କେନ୍ଦ୍ର ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରାକୃତିକ ଗ୍ୟାସ୍‌ କ୍ଷେତ୍ରରେ ଦେଶର ଯୋଜନା ନେଇ ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ଆଗାମୀ ୩ ବର୍ଷରେ ୧ ହଜାର LNG ଇନ୍ଧନ ଷ୍ଟେସନ ପ୍ରତିଷ୍ଠା ହେବ । ତୈଳ ଓ ଗ୍ୟାସ କମ୍ପାନି ଓ ଯୌଥ ଉଦ୍ୟୋଗ ସହାୟତାରେ ଷ୍ଟେସନ ହେବ । ଏଥିରେ ଭାଗୀଦାର ହେବେ ଇଣ୍ଡିଆନ ଅଏଲ୍‌, HPCL, ଗେଲ୍ ଇଣ୍ଡିଆ, ପେଟ୍ରୋନେଟ୍ , ଗୁଜରାଟ ଗ୍ୟାସ । ପ୍ରାକୃତିକ ଗ୍ୟାସ ଭିତ୍ତିଭୂମିକୁ ଦୃଢ଼ କରିବାକୁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ।’

ତେବେ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ଦିଗରେ ଏହା ବଡ଼ ପଦକ୍ଷେପ । ଡିଜେଲଠାରୁ LNG ୪୦% ଶସ୍ତା ଓ କମ୍‌ ପ୍ରଦୂଷଣକାରୀ ଇନ୍ଧନ । ପରିବହନ କ୍ଷେତ୍ରରେ ଆଗାମୀ ଭବିଷ୍ୟତ ପାଇଁ LNG ଇନ୍ଧନ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Get real time updates directly on you device, subscribe now.