fbpx

ଆଇଆଇଏଫଏଲ ମାମଲାରେ ଆଗକୁ ଗିରଫଦାରୀ ବଢିବ: ସିପି

ଭୁବନେଶ୍ୱର,୨୮ ।୧୧(ଓଡିଶା ଭାସ୍କର): କଟକ ନୟାସଡକ ଆଇଆଇଏଫଏଲ ଲୁଟ ମାମଲା ଧୀରେ ଧୀରେ ଗୁମର ଫିଟିବାରେ ଲାଗିଛି । ଏନେଇ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ନିଜ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ‘ସୁନାଋଣ ପ୍ରଦାନକାରୀ ସଂସ୍ଥାର ଅନିୟମିତତା ଜଣାପଡିଛି । ଏଯାଏଁ ୧୦ ଜଣ ଗିରଫ ହୋଇଛନ୍ତି । ଆଗକୁ ଆହୁରି ଗିରଫଦାରୀ ବଢିବ । ଏନେଇ ଆମେ ରିଜର୍ଭ ବ୍ୟାଙ୍କକୁ ଅବଗତ କରାଇବୁ । ରାଜ୍ୟର ବିଭିନ୍ନ ଋଣ ପ୍ରଦାନକାରୀ ସଂସ୍ଥା ଉପରେ ନଜର ରଖାଯିବ । ସୁନାର ଯାଞ୍ଚ ପରେ ଉକ୍ତ ସଂସ୍ଥାକୁ ଫେରାଇ ଦିଆଯିବ । ବର୍ତ୍ତମାନ ସୁଦ୍ଧା ୬.୭ କେଜି ସୁନା ଉଦ୍ଧାର ହୋଇଛି ।’

Get real time updates directly on you device, subscribe now.