ବିହାର ର ପାଟନା ରେ ଏବେ ବିବାହ ଉତ୍ସବ ରେ ଏବେ 150 ଲୋକ ଯୋଗ ଦେଇ ପାରିବେ ଏହା ସହ ବ୍ୟାଣ୍ଡ ବାଜା କୁ ମଧ୍ୟ ଅନୁମତି ଦେଇଛି ପାଟନା ଜିଲ୍ଲା ପ୍ରଶାସନ। ଏହା ପୂର୍ବରୁ ବିବାହ ଓ କାର୍ତ୍ତିକ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ବିହାର ସରକାର କରୋନା ପ୍ରତିରୋଧ ପାଇଁ ମାନକ ସଞ୍ଚାଳନ ପ୍ରକ୍ରିୟା(ଏସଓପି) ନିର୍ଦ୍ଧାରିତ କରିଥିଲେ। ଏହା ଅନୁସାରେ ରାସ୍ତାରେ ବ୍ୟାଣ୍ଡ ବାଜା ଓ ବରଯାତ୍ରୀଙ୍କ ଶୋଭାଯାତ୍ରା ଉପରେ ରୋକ୍ ଲଗାଯାଇଥିଲା। ବିବାହ କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ ଜଣ ଉପସ୍ଥିତ ହୋଇ ପାରିବେ ବୋଲି ଗାଇଡ୍ଲାଇନ୍ ଜାରି ହୋଇଥିଲା।
ଏବେ ଏହି ନିୟମ ରେ ପରିବର୍ତନ କର ଯାଇଛି । ବିବାହ ରେ 150 ଜଣ ଓ ଶ୍ରାଦ୍ଧ କର୍ମ ରେ 25 ଜଣ ଯୋଗ ଦେଇ ପାରିବେ ।ମାତ୍ର ସମସ୍ତେ ସାମାଜିକ ଦୂରତା ଓ ଅନ୍ୟାନ କୋଭିଡି ଗାଇଡଲାଇନ କୁ ମାନି ବାକୁ ବାଧ୍ୟ ।