fbpx

ଯୁବରାଜ ସିଂହଙ୍କ ପିତାଙ୍କ ବିବାଦୀୟ ମନ୍ତବ୍ୟ: ଗିରଫ ଦାବି ଜୋର ଧରିଲା

ନୂଆଦିଲ୍ଲୀ, ୫ା୧୨: ବର୍ତ୍ତମାନ ସମୟରେ ଦେଶରେ କୃଷି ଆଇନ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନକୁ ଭାରତୀୟ ଦଳର ପୂର୍ବତନ କ୍ରିକେଟର ଯୁବରାଜ ସିଂହଙ୍କ ପିତା ଯୋଗରାଜ ସିଂହ ସମର୍ଥନ କରିବା ସହ ଏକ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ଏକ ଭିଡିଓ ମାଧ୍ୟମରେ ଯୋଗରାଜ ପଞ୍ଜାବୀ ଭାଷାରେ ହିନ୍ଦୁମାନଙ୍କ ବିରୋଧରେ ଟିପ୍ପଣୀ ଦେଇଛନ୍ତି । ତାଙ୍କର ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଯୋଗରାଜ ହିନ୍ଦୁମାନଙ୍କୁ ଗଦ୍ଦାର କହିବା ସହ ହିନ୍ଦୁମାନେ ଶହେ ବର୍ଷ ଧରି ମୋଗଲମାନଙ୍କ ଗୁଲାମୀ କରିଥିବା ଆକ୍ଷେପ କରିଛନ୍ତି । ତେବେ ଏହି ଭିଡିଓର ସତ୍ୟତା ଜଣାପଡ଼ିନଥିଲେ ହେଁ ଯୋଗରାଜଙ୍କ ଗିରଫ ଦାବି ଜୋର ଧରିଛି । ଏହା ଛଡ଼ା ସେ ମହିଳାଙ୍କ ବିରୋଧରେ ମଧ୍ୟ ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.