fbpx

ପୁରୀ ଘାଟ ଥାନାରେ ବର୍ଷାଙ୍କ ଏତଲା

କଟକ, ୧୯ା୧୨ (ଓଡିଶା ଭାସ୍କର): କଟକ ପୁରୀ ଘାଟ ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ତେବେ ବର୍ଷା ଭାଇରାଲ୍ ଭିଡିଓକୁ ନେଇ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି । ଏହି ଭିଡିଓ ପାଇଁ ତାଙ୍କ ସମ୍ମାନ ହାନୀ ଘଟିଥିବା ବର୍ଷା ଉଲ୍ଲେଖ କରିଛନ୍ତି ।

ଦୁଇ ଦିନ ପୂର୍ବରୁ ବର୍ଷା ଓ ଅନୁଭବଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଭିଡିଓରେ ଆପତ୍ତିଜନକ କମେଣ୍ଟ ଦିଆଯାଇଥିବା ବର୍ଷା କହିଛନ୍ତି । ଅପରପକ୍ଷେ ପୁରୀ ଘାଟ ଥାନାଧିକାରୀ ବର୍ଷାଙ୍କ ଏତଲାକୁ ଗ୍ରହଣ କରିବା ସହ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି । ଗତକାଲି ଅନୁଭବ କଟକ ଏସଡିଜେଏମ କୋର୍ଟରେ ହାଜର ହୋଇ ନିଜର ପକ୍ଷ ରଖିଥିଲେ ।

Get real time updates directly on you device, subscribe now.