କ’ଣ ପାଇଁ ଥାନାକୁ ଗଲେ ୮ ବର୍ଷର ଭାଇ ଓ ୫ ବର୍ଷର ଭଉଣୀ

ରାରଉକେଲା, ୧୯ା୧୨ (ଓଡିଶା ଭାସ୍କର): ଭାଇକୁ ୮ ବର୍ଷ ଓ ଭଉଣୀକୁ ୫ ବର୍ଷ । ଦୁହିଁଙ୍କୁ ଥାନାରେ ଦେଖି ଯେ କେହି ବି ତାଜୁବ ହେବା ସ୍ୱାଭାବିକ । କାରଣ ଦୁହେଁ ନାବାଳକ, ନାବାଳିକା ହୋଇଥିବାରୁ ଅନେକଙ୍କ ମନରେ ଅନେକ ପ୍ରଶ୍ନ ଉଠିଥିଲା । କିନ୍ତୁ ପ୍ରକୃତ କଥା ଜଣାପଡ଼ିଲା ଯେ, ଭାଇ ଭଉଣୀ ଦୁହେଁ ନିଜ ବାପାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବାକୁ ଆସିଛନ୍ତି ।

ଭାଉ ଭଉଣୀଙ୍କ ଅଭିଯୋଗ ହେଲା ଯେ, ବାପା ସେମାନଙ୍କୁ ମଦ ପାଇଁ ମାରଧର କରନ୍ତି । ଏନେଇ ପ୍ଲାଣ୍ଟସାଇଟ୍ ଥାନାରେ ଅଭିଯୋଗ କରିବାକୁ ଆସିଛନ୍ତି ଭାଇଭଉଣୀ । ନିର୍ଯାତନା ଅତ୍ୟଧିକ ହେବାରୁ ସେମାନେ ଖେଳିବା ବୁଲିବା ବୟସରେ ବାଧ୍ୟ ହୋଇ ଥାନାରେ ନିଜର ଦୁଃଖ ଜଣାଇବାକୁ ଆସିଛନ୍ତି । ପୋଲିସ ଦୁହିଙ୍କୁ ନ୍ୟାୟ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.