fbpx

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର, ଆସିଲା ୱାଇ ଫାଇ କଲିଂ ସେବା

ଭୁବନେଶ୍ୱର, ୮ା୧(ଓଡ଼ିଶା ଭାସ୍କର): ବଜାରରେ ଜିଓର ଗ୍ରାହକ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ନିଜ ଗ୍ରାହକଙ୍କୁ ଖୁସି କରିବା ପାଇଁ ରିଲାଏନ୍ସ ଜିଓ ପକ୍ଷରୁ ଭିଡ଼ିଓ ଓ ଭଏସ ୱାଇ-ଫାଇ କଲିଂ ସେବାର ଆଜି ଶୁଭାରମ୍ଭ ହୋଇଛି । ଏହାଦ୍ୱାରା ବିନା ମୂଲ୍ୟରେ ୱାଇଫାଇ ଜରିଆରେ ସ୍ପଷ୍ଟ ଭଏସ ଓ ଭିଡ଼ିଓ କଲ୍ କରିହେବ । ଦେଶର ସବୁ ସ୍ଥାନରେ କାମ କରିବ ୱାଇ-ଫାଇ କଲିଂ ସେବା । ୧୫୦ରୁ ଅଧିକ ହ୍ୟାଣ୍ଡସେଟ ମଡ଼େଲରେ ଏହି ସୁବିଧା ଉପଲବ୍ଧ ହେବ । ଯେକୌଣସି ୱାଇ-ଫାଇ ନେଟୱର୍କରେ ଜିଓ କଲିଂ ସେବା କାମ କରିବ । ଜାନୁଆରି ୧୬ ମଧ୍ୟରେ ଦେଶବ୍ୟାପୀ ସମ୍ପୂର୍ଣ୍ଣ ଭାବେ ଉପଲବ୍ଧ ହେବ ଏହି ସେବା ।

Get real time updates directly on you device, subscribe now.