fbpx

ଆପଣ ବର୍ତ୍ତମାନ ୫ଜି ସ୍ମାର୍ଟଫୋନ କିଣିବା ଉଚିତ କି? ଜାଣନ୍ତୁ ସେ ବିଷୟରେ

ନୂଆଦିଲ୍ଲୀ, ୨୨ା୧୨: କିଛି ଦିନ ହେବ ବଜାରରେ ୫ଜି ସ୍ମାର୍ଟଫୋନ ଲାଞ୍ଚ ହେବା ନେଇ ଚର୍ଚ୍ଚା ଚାଲିଛି । ଯଦିଓ ବର୍ତ୍ତମାନ ସୁଦ୍ଧା ଭାରତରେ କୌଣସି କମ୍ପାନୀ ୫ଜି ସ୍ମାର୍ଟଫୋନ ଲଞ୍ଚ କରିନାହାନ୍ତି, ତେବେ ଆସନ୍ତା ବର୍ଷ ଏହା ବଜାରକୁ ଆସିଯିବ ବୋଲି ସୂଚନା ମିଳିଛି । ତେବେ ଆମ ପାଇଁ ମୁଖ୍ୟ ପ୍ରଶ୍ନ ହେଉଛି, ଏପରି ସ୍ଥଳେ ଆମକୁ ୫ଜି ଫୋନ କିଣିବା ଉଚିତ ନା ଅନୁଚିତ ।

  • ଯଦି ଆପଣମାନେ ୨୦ ହଜାର ରୁ ଅଧିକ ବଜେଟରେ ଫୋନ କିଣିବାକୁ ଚାହୁଛନ୍ତି, ତେବେ ଆପଣଙ୍କୁ ୫ଜି ଫୋନ କିଣିବା ଠିକ ହେବ । କିନ୍ତୁ ଭାରତୀୟ ବଜାରରେ ଏହି ସୁବିଧା ବର୍ତ୍ତମାନ ଉପଲବ୍ଧ ନାହିଁ ।
  • ଆଗାମୀ ୧-୨ ବର୍ଷ ଭିତରେ ୫ଜି ଭାରତରେ କାର୍ଯ୍ୟକାରୀ ହୋଇସାରିଥିବ ବୋଲି ଜଣାପଡ଼ିଛି । ତେଣୁ ଆପଣ ଯଦି ଆଜି ଫୋନ କିଣିବାକୁ ଚାହୁଁଛନ୍ତି, ତେବେ ୫ଜି କିଣିବା ଆପଣଙ୍କ ପାଇଁ ଲାଭପ୍ରଦ ହେବ ।
  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଚେୟାରମ୍ୟାନ ମୁକେଶ ଅମ୍ବାନୀ ୨୦୨୧ ମସିହା ମଧ୍ୟଭାଗରେ ୫ଜି ଲଞ୍ଚ କରିବେ ବୋଲି ସୂଚନା ଦେଇଛନ୍ତି । ତେଣୁ ୪ଜି ଆସିବା ପରେ ୩ଜିର ସ୍ପିଡ କମିଯିବା ପରି ୫ଜି ଆସିବା ପରେ ୪ଜିର ସ୍ପିଡ କିମିଯିବ । କାରଣ କମ୍ପାନୀମାନେ ୪ଜି ପ୍ରତି ଆଉ ଧ୍ୟାନ ଦେବେ ନାହିଁ ।
  • ୫ଜି ସ୍ମାର୍ଟଫୋନ ନିଶ୍ଚିତ ଭାବରେ ଶସ୍ତାରେ ଉପଲବ୍ଧ ହେବ । ତେଣୁ ବ୍ୟସ୍ତ ହୋଇ କୌଣସି ପଦକ୍ଷେପ ନେବା ଅନୁଚିତ । କାରଣ ଆଉ କିଛି ମାସ ଅପେକ୍ଷା କରିବାରେ ଆପଣଙ୍କର କୌଣସି କ୍ଷତି ଘଟିବ ନାହିଁ ।

Get real time updates directly on you device, subscribe now.