fbpx

୨୫ ବର୍ଷୀୟ ପର୍ଣ୍ଣଷ୍ଟାରଙ୍କୁ ଇନଷ୍ଟାଗ୍ରାମରେ ବ୍ୟାନ୍

ଆମେରିକାର ପର୍ଣ୍ଣଷ୍ଟାର କୈନ୍ଦ୍ରା ସୁନ୍ଦରଲାଣ୍ଡଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ବ୍ୟାନ୍ କରାଯାଇଛି । ସୁନ୍ଦରଲାଣ୍ଡ ନିଶାସକ୍ତ ଅବସ୍ଥାରେ ଲେଖିଥିଲେ ଯେ, ସେ ସୋସିଆଲ ମିଡିଆର ନିୟମ ବିରୁଦ୍ଧରେ କିଛି ପୋଷ୍ଟ କରିପାରିବେ । ଇନଷ୍ଟାଗ୍ରାମ ସିଇଓ ଏଡମ ମୋସେରୀଙ୍କ ସହ ତାଙ୍କର ସମ୍ପର୍କ ଥିବାରୁ ସେ ଏହି ଅଧିକାର ପାଇଛନ୍ତି ବୋଲି ଦାବି କରିଥିଲେ ।

ସୁନ୍ଦରଲାଣ୍ଡ ପର୍ଣ୍ଣଷ୍ଟାରଙ୍କ ଏଭଳି ପୋଷ୍ଟ ପରେ ଇନଷ୍ଟାଗ୍ରାମ ପକ୍ଷରୁ ତାଙ୍କୁ ବ୍ୟାନ୍ କରାଇଥିଲା । ବ୍ଳକ କରିବା ପରେ ଇନଷ୍ଟାଗ୍ରାମ ପକ୍ଷରୁ ଦିଆଯାଇଥିବା ସ୍ପଷ୍ଟିକରଣରେ କୁହାଯାଇଥିଲା ଯେ, ‘ପର୍ଣ୍ଣଷ୍ଟାରଙ୍କ ସହ ମୋସେରୀ ବା କମ୍ପାନୀର କୌଣସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ କୌଣସି ସମ୍ପର୍କ ନାହିଁ ।’

ଅନ୍ୟପଟେ ପର୍ଣ୍ଣଷ୍ଟାର ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେ, ‘ଏହି ପୋଷ୍ଟ କରିବା ସମୟରେ ମୁଁ ଅତ୍ୟଧିକ ମଦ୍ୟପାନ କରିଥିଲି । କିନ୍ତୁ ସୋସିଆଲ ମିଡିଆରେ ସେକ୍ସ କର୍ମୀଙ୍କ ପ୍ରତି ହେଉଥିବା ଭେଦଭାବ ବନ୍ଦ କରିବା ଉଚିତ୍ । ମୋତେ ଟିକ ଟିକରେ ମଧ୍ୟ ବ୍ୟାନ୍ କରାଯାଇଛି । ଏହି ସମସ୍ତ ଆପ୍ ସେକ୍ସ କର୍ମୀଙ୍କୁ ସିଧାସଳଖ ଟାର୍ଗେଟ କରୁଛନ୍ତି ।’ ତେବେ ପର୍ଣ୍ଣଷ୍ଟାରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ୨.୨ ଲକ୍ଷ ଫଲୋଅର୍ସ ଥିଲେ ।

Get real time updates directly on you device, subscribe now.