ଭୁବନେଶ୍ୱର,୩୦ ।୧୨(ଓଡିଶା ଭାସ୍କର): କରୋନାର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ଗାଇଡଲାଇନ୍ ଜାରି ହୋଇଛି । ଏହି ଗାଇଡଲାଇନ୍ ଜାନୁଆରୀ ମାସରେ ଲାଗୁ ହେବ । ଗାଇଡଲାଇନ୍ ମୁତାବକ କଟକ ଓ ଭୁବନେଶ୍ୱରରେ ୭୫% କର୍ମଚାରୀରେ ଅଫିସ ଚାଲି । ସମସ୍ତ ବିଭାଗୀୟ ଓ ଅଧସ୍ତନ କାର୍ଯ୍ୟାଳୟ ୭୫% କର୍ମଚାରୀରେ ଚାଲିବ । ରାଜ୍ୟର ସମସ୍ତ ରାଜ୍ୟ ସରକାରୀ କାର୍ଯ୍ୟାଳୟ ଶନିବାର ବନ୍ଦ ରହିବ । ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ । ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।