fbpx

ରାଜ୍ୟରେ ମହିଳା ହିଂସା ରୋକିବାକୁ ସ୍ୱତନ୍ତ୍ର ୱିଙ୍ଗ

ଭୁବନେଶ୍ୱର,୩୦ ।୧୨(ଓଡିଶା ଭାସ୍କର): ୬୨ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀର ଉଦଯାପନୀ ଉତ୍ସବ ଆଜି ପାଳିତ ହୋଇଯାଇଛି । ଏଥିରେ ଶିଶୁ ଓ ମହିଳାଙ୍କ ବିରୋଧରେ ହିଂସା ରୋକିବାକୁ ପୋଲିସର ସ୍ୱତନ୍ତ୍ର ୱିଙ୍ଗ ଗଠନ ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ମହିଳା ଓ ଶିଶୁଙ୍କ ପ୍ରତି ହିଂସା ରୋକିବା ଉପରେ ଗୁରୁତ୍ୱ ରହିଆସିଛି । ସ୍ୱତନ୍ତ୍ର ୱିଙ୍ଗ ମହିଳା ଓ ଶିଶୁମାନଙ୍କ ପ୍ରତି ଅପରାଧ ବିରୋଧରେ କାମ କରିବ । ଏହାଦ୍ୱାରା ମହିଳା ଓ ଶିଶୁମାନଙ୍କୁ ଗୁଣାତ୍ମକ ସେବା ମିଳିପାରିବ ।’

ଓଡ଼ିଶା ପୋଲିସର କାର୍ଯ୍ୟଶୈଳୀ ନେଇ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ‘କୋରୋନା ବେଳେ ପୋଲିସର କାର୍ଯ୍ୟ ଉଚ୍ଚକୋଟିର ଥିଲା । ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରିଥିଲେ ପୋଲିସ । ୯୩୦ ପୋଲିସ ପ୍ଲାଜ୍‌ମା ଦେଇ କୋଭିଡ୍‌ ରୋଗୀଙ୍କୁ ସେବା ଯୋଗାଇଛନ୍ତି ।’ ସହିଦ ହୋଇଥିବା ପୋଲିସଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ନବୀନ । ଏହା ସହ ମାଓବାଦୀ ମୁକାବିଲା ନେଇ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ଏଥିରେ ୬ଟି ନୂତନ ଥାନାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଭରତପୁର ଥାନା ଉଦଘାଟନ କରିଛନ୍ତି ନବୀନ । ଏହା ସହ ଝାରସୁଗୁଡା ବିଟିଏମ ଫାଣ୍ଡି ହୋଇଛି ସଦର ଥାନା । ସେହିପରି ଅନୁଗୁଳ, ଗଞ୍ଜାମରେ ଗୋଟିଏ ଲେଖାଏଁ ନୂତନ ଥାନା, ଭଦ୍ରକର ସାବରଙ୍ଗ ଓ ପୀରହାଟରେ ଗୋଟିଏ ଲେଖାଏଁ ନୂତନ ଥାନା ଉଦଘାଟିତ ହୋଇଛି ।

Get real time updates directly on you device, subscribe now.