fbpx

ଦେଶରେ ଦିନକରେ ୨୯୯ ମୃତ, ୨୧ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୩୧ା୧୨: ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୯୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୮ ହଜାର ୭୩୮କୁ ବୃଦ୍ଧି ପାଇଛି ।

ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୨ ଲକ୍ଷ ୬୬ ହଜାର ୬୭୪ରେ ପହଞ୍ଚିଛି । ଦିନକରେ ୨୧ ହଜାର ୮୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସୁସ୍ଥ ସଂଖ୍ୟା ୯୮ ଲକ୍ଷ ୬୦ ହଜାର ୨୮୦ ରହିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୭ ହଜାର ୬୫୬ ରହିଥିବା ଜଣାପଡ଼ିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.