fbpx

ରୂପେଲି ପରଦାକୁ ପୁଣି ଫେରିବେ ରିୟା

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ହତ୍ୟା ଘଟଣାକୁ ପାଖାପାଖି ୫ ମାସରୁ ଅଧିକ ସମୟ ବିତିଯାଇଛି । ତେବେ ଏହି କେସରେ ଛନ୍ଦି ହୋଇ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ କ୍ୟାରିୟରରେ ବ୍ରେକ ଲାଗିଥିଲା । ସୁଶାନ୍ତଙ୍କ ମୃତ୍ୟୁ କେସରେ ପ୍ରଥମରୁ ରିୟାଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଯାଇଥିଲା ।

ତେବେ ସିବିଆଇ ତଦନ୍ତ କରିବା ପରେ ଏହି ଘଟଣାର ମୋଡ଼ ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ରିୟା ଡ୍ରଗ୍ସ ମାମଲାରେ ଫସି ଜେଲ ଯାଇଥିଲେ ଓ ଏବେ ଜାମିନ ପାଇସାରିଛନ୍ତି । ଖବର ଅନୁସାରେ, ରିୟାଙ୍କ ପାଖରେ ସେପରି କୌଣସି ଅଫର ନାହିଁ । କିଛିଦିନ ତଳେ ରୁମି ଜାଫରିଙ୍କ ଆଗାମୀ ଫିଲ୍ମରେ ରିୟା ଅଭିନୟ କରିବେ ବୋଲି ଗୁଜବ ସୃଷ୍ଟି ହୋଇଥିଲା । ତେବେ ବିଗ ବିଙ୍କ ସହ ଏକ ଫିଲ୍ମରେ ରିୟା ପରଦାରେ ଦେଖାଦେବେ ବୋଲି ଜଣାପଡ଼ିଛି । ବହୁ ସମୟ ଧରି ଏହି ଫିଲ୍ମ ଉପରେ କାର୍ଯ୍ୟ ଚାଲିଛି ।

ସୁଶାନ୍ତଙ୍କ ମାମଲାରେ ରିୟାଙ୍କ ଅଭିନୟ କ୍ୟାରିୟର ଏକପ୍ରକାର ନିରବି ଯାଇଛି । ଫିଲ୍ମ ନିର୍ମାତାମାନେ ରିୟାଙ୍କୁ ଫିଲ୍ମରେ ନେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି । ବର୍ତ୍ତମାନ ସମୟରେ ରିୟା ସୋସିଆଲ ମିଡ଼ିଆରେ ଟ୍ରୋଲ ହେଉଛନ୍ତି, ଯାହାଫଳରେ ତାଙ୍କର ବ୍ୟକ୍ତିଗତ ଜୀବନ ଅସ୍ଥିର ହୋଇ ପଡ଼ିଛି ।

Get real time updates directly on you device, subscribe now.