fbpx

୮ ରୁ ରାଜ୍ୟ ରେ ଖୋଲିବ ସ୍କୁଲ , ଶନିବାର ଓ ରବିବାର ପଢ଼ାଯିବ ପାଠ , ଆଉ କଣ ରହିଛି ନିୟମ ଜାଣନ୍ତୁ

ରାଜ୍ୟରେ ସ୍କୁଲ ଖୋଲିବାକୁ ନେଇ ଚାଲିଥିବା ଛକାପଞ୍ଛା ର ଅନ୍ତ ଘଟିଛି । ଚଳିତ ମାସ ଅର୍ଥାତ୍ ଜାନୁଆରୀ ୮ରୁ ସ୍କୁଲ ଖୋଲିବାକୁ ଯାଉଛି । ଜାନୁଆରୀ ଏପ୍ରିଲ ୨୮ ତାରିଖ ପର୍ଯ୍ୟନ୍ତ ପାଠପଢା ହେବ । ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢା ଜାନୁଆରୀ ୮ରୁ ଆରମ୍ଭ ହେବ । ସ୍କୁଲ ପରିସରର ସାଧାରଣ ସ୍ଥାନଗୁଡିକୁ ବାରମ୍ବାର ସାନିଟାଇଜ କରାଯିବ । ସ୍କୁଲ ଖୋଲିବା ପୂର୍ବରୁ ଶୌଚାଳୟ ଓ ପିଇବା ପାଣି ସୁରକ୍ଷିତ କରାଯିବ । ସ୍କୁଲ ପରିସରରେ ଥିବା କୌଣସି ହଷ୍ଟେଲ ଖୋଲିବାକୁ ଅନୁମତି ନାହିଁ ।ସ୍କୁଲ ପକ୍ଷରୁ ପରିବହନ ବ୍ୟବସ୍ଥାକୁ ନିରୁତ୍ସାହିତ କରାଯିବ । ଛାତ୍ରଛାତ୍ରୀଙ୍କୁ ସ୍କୁଲ ପହଞ୍ଚାଇବା ବ୍ୟବସ୍ଥା ଅଭିଭାବକ ନିଶ୍ଚିତ କରିବେ । ସ୍କୁଲ ଖୋଲିବା ପରେ ବି ଅନଲାଇନ କ୍ଲାସ ଜାରି ରହିବ । କେଉଁ ସମୟରେ ପାଠପଢ଼ା ହେବ ତାହାର ନିଷ୍ପତ୍ତି ଜିଲ୍ଲାପାଳ ନେବେ । ସ୍କୁଲ ଭିତରେ ପ୍ରବେଶ ବେଳେ ୬ ଫୁଟର ଦୂରତା ରହିବ । କ୍ଲାସରୁମ ଭିତରେ ପିଲାଙ୍କ ମଧ୍ୟରେ ସୁରକ୍ଷିତ ଦୂରତା ରହିବ । ରୋଲ ନମ୍ବର ଅନୁସାରେ କ୍ଲାସରୁମ ନିର୍ଦ୍ଧାରଣ କରାଯିବ । ଗୋଟିଏ କ୍ଲାସରୁମରେ ୨୦ରୁ ୨୫ ଜଣ ପିଲା ବସିପାରିବେ । ସ୍କୁଲ ସମୟରେ କୌଣସି ପରିବର୍ତ୍ତନ ହେବନାହିଁ । ସ୍କୁଲ ହତାର ୧୦୦ ମିଟର ଭିତରେ କୌଣସି ଖାଦ୍ୟ ସମାଗ୍ରୀ ବିକ୍ରିି କରିବାକୁ ମନା ହୋଇଛି । ଶନିବାର ଓ ରବିବାର ପାଠ ପଢ଼ାଯିବ ବୋଲି ନିଷ୍ପତି ନିଆଯାଇଛି ।

Get real time updates directly on you device, subscribe now.