fbpx

ନୂଆବର୍ଷରେ ଏହି ରାଜ୍ୟରେ ପ୍ରଶାସନିକ ସ୍ତରରେ ବଡ଼ଧରଣର ପରିବର୍ତ୍ତନ

ଜୟପୁର, ୫ା୧ (ଓଡିଶା ଭାସ୍କର): ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସୋମବାର ବିଳମ୍ବିତ ରାତ୍ରିରେ ରାଜ୍ୟର ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ପରିବର୍ତ୍ତନ କରିଛନ୍ତି । ଏହି ପରିବର୍ତ୍ତନରେ ୨୧ ଆଇଏଏସ, ୫୬ ଆଇପିଏସ ଓ ୨୮ ଆଇଏଫଏସଙ୍କ ତାଲିକା ରହିଥିବା ଜଣାପଡ଼ିଛି । ଏଥିସହ ୧୩ଟି ଜିଲ୍ଲାର ପୋଲିସ ଅଧୀକ୍ଷକ, ୨ଟି ଜିଲ୍ଲା ଜିଲ୍ଲାପାଳ ଓ ୫ଟି ପୋଲିସ ରେଞ୍ଜର ଆଇଜିଙ୍କ ନାମ ସାମିଲ ରହିଛି ।

ପଞ୍ଚାୟତିରାଜ ନିର୍ବାଚନ ପୂର୍ବରୁ ସରକାରଙ୍କ ଏହି ଅମଲାତାନ୍ତ୍ରିକ ପରିବର୍ତ୍ତନକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ବିଳମ୍ବିତ ରାତିରେ ଜାରି କରାଯାଇଥିବା ଏହି ପରିବର୍ତ୍ତନ ଅଧିକାଂଶ ନାମ ମନ୍ତ୍ରୀ ଓ ବିଧାୟକଙ୍କ ଇଚ୍ଛାରେ କରାଯାଇଥିବା କୁହାଯାଉଛି । ପୂର୍ବରୁ କିଛି ମନ୍ତ୍ରୀ ଓ ବିଧାୟକ କିଛି ଜିଲ୍ଲାର ଏସପି ଓ ଜିଲ୍ଲାପାଳଙ୍କ ସ୍ଥାନାନ୍ତର ପାଇଁ ଦାବି କରିଥିଲେ । ତେବେ ଜନପ୍ରତିନିଧିମାନଙ୍କ ଇଚ୍ଛାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଥିବା କୁହାଯାଉଛି ।

Get real time updates directly on you device, subscribe now.