fbpx

ବାଲିଘାଟରେ ଚଢ଼ାଉ: ୧୧ ଅଟକ, ୭ ଟ୍ରାକ୍ଟର ଜବତ

କଟକ, ୧୦ା୧ (ଓଡିଶା ଭାସ୍କର): କଟକ ଜିଲ୍ଲାର ଗୋପାଳପୁର ଅଞ୍ଚଳରେ ଏକ ବାଲିଘାଟରେ ଚଢ଼ାଉ କରାଯାଇଛି । ତେବେ କମିଶନରେଟ ପୋଲିସ ପକ୍ଷରୁ କରାଯାଇଥିବା ଏହି ଚଢ଼ାଉରେ ୧୧ ଜଣଙ୍କୁ ଅଟକ ରଖାଯିବା ସହ ୭ଟି ଟ୍ରାକ୍ଟରକୁ ଜବତ କରାଯାଇଛି ।

ଅଟକ ରହିଥିବା ବ୍ୟକ୍ତିଙ୍କ ମଧ୍ୟରେ ଗାଡ଼ି ମାଲିକ, ଡ୍ରାଇଭର ରହିଛନ୍ତି । ଏହି ଘାଟରେ ଅନିୟମିତତା ନେଇ ପୂର୍ବରୁ ଅଭିଯୋଗ ହୋଇଆସୁଥିଲା । କଟକ ସଦର ପୋଲିସର ଏକ ସ୍ୱତନ୍ତ୍ର ଟିମ ଏହି ଚଢ଼ାଉରେ ବେଆଇନ କାର୍ଯ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.