fbpx

ପ୍ରକାଶ ପାଇଲା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା

ଭୁବନେଶ୍ୱର, ୧୦ା୧ (ଓଡିଶା ଭାସ୍କର): ୨୦୨୦ ମାର୍ଚ୍ଚ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକା ଆଜି ପ୍ରକାଶ ପାଇଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରାଜ୍ୟ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟଙ୍କ ପ୍ରପର୍ଟି ଲିଷ୍ଟ ସାର୍ବଜଜୀନ କରାଯାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ସମ୍ପତ୍ତି ତାଲିକା ପ୍ରକାଶ କରିବା ନେଇ ଘୋଷଣା କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ପାଖରେ ୮ ହଜାର ଟଙ୍କାର ୧୯୮୦ ମଡେଲର ଏକ ଆମ୍ବାସଡର କାର ରହିଛି । ଏଥିସହ ୨.୮୯ ଲକ୍ଷ ଟଙ୍କାର ସୁନା ଗହଣା ରହିଛି । ଜନପଥ ଓ ଦିଲ୍ଲୀର ବ୍ୟାଙ୍କ ଅଫ ଇଣ୍ଡିଆରେ ନବୀନଙ୍କର ୨ଟି ଆକାଉଣ୍ଟ ରହିଛି । ସେଭିଙ୍ଗସ ଆକାଉଣ୍ଟରେ ୧୬.୭୬ ଲକ୍ଷ ରହିଥିବା ବେଳେ ୧.୦୩ କୋଟି ଫିକ୍ସଡ ଡିପୋଜିଟ ରହିଛି । ଭୁବନେଶ୍ୱରରେ ସେଭିଙ୍ଗସ ଆକାଉଣ୍ଟରେ ୧୦.୫୬ ଲକ୍ଷ ଥିବା ତାଲିକାରେ ଉଲ୍ଲେଖ କରାଯାଇଛି । ଫରିଦାବାଦେରେ ନବୀନଙ୍କ ୨୨.୭ ଏକର ଜମି ଓ ବିଲଡିଂ ରହିଛି ଯାହାର ମୂଲ୍ୟ ପାଖାପାଖି ୧୦.୭୫ କୋଟି ହେବ । ନବୀନ ନିବାସର ଆନୁମାନିକ ମୂଲ୍ୟ ୯.୫୨ କୋଟି ହେବ ବୋଲି ପ୍ରକାଶ କରାଯାଇଛି ।

Get real time updates directly on you device, subscribe now.