fbpx

ଟିକାକରଣ ସମୟ ନେଇ କ’ଣ କହିଲେ ରାଜ୍ୟ ସରକାର?

ଭୁବନେଶ୍ୱର,୧୩ ।୧(ଓଡିଶା ଭାସ୍କର): ରାଜ୍ୟରେ ଟିକାକରଣ ପୂର୍ବରୁ ଏସର୍ମ୍ପକରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସରକାର । ଟିକାକରଣକୁ ନେଇ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଯେ, ‘ରାଜ୍ୟରେ ୧୬ ତାରିଖରୁ ଟିକାକରଣ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଟିକା ପାଇଥିବା ରାଜ୍ୟ ଭିତରୁ ଓଡିଶା ଅନ୍ୟତମ । ପ୍ରଥମେ ରାଜ୍ୟର ସମ୍ମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ଟିକାକରଣ ପାଇଁ ସମସ୍ତ ପ୍ରକାର ପ୍ରାକ୍ ପ୍ରସ୍ତୁତି ସରିଛି । ରାଜ୍ୟର ସମସ୍ତ ଜିଲ୍ଲାକୁ କରୋନା ଟିକା ପ୍ରେରଣ ଜାରି ରହିଛି । ରାଜ୍ୟରେ ଟିକାକରଣ ପାଇଁ ୧୬୦ଟି କେନ୍ଦ୍ର ପ୍ରସ୍ତୁତ ହୋଇଛି । ସରକାରୀ ଓ ବେସରକାରୀ ସ୍ତରରେ ୧୬୦ଟି ସ୍ଥାନରେ ଟିକାକରଣ ହେବ । ପ୍ରତି କେନ୍ଦ୍ରରେ ୧୦୦ ହିତାଧିକାରୀଙ୍କୁ ଟିକା ଦେବାର ବ୍ୟବସ୍ଥା ହୋଇଛି । ଟିକାକରଣ ସମୟ ସକାଳ ୯ଟାରୁ ଅପରାହ୍ନ ୫ଟା ଯାଏଁ ଚାଲିବ । କମ୍ ହିତାଧିକାରୀ ହେଲେ ୨/୩ଟି କେନ୍ଦ୍ର ପାଇଁ ଗୋଟିଏ କେନ୍ଦ୍ର ହେବ । ସମସ୍ତଙ୍କୁ ଡାକି ଟିକାକରଣ ପାଇଁ ବ୍ୟବସ୍ଥା କରାଯାଇଛି । ଟିକାକରଣ ଦିନ ଯିଏ ନଆସିବେ, ସେମାନେ ଜିଲ୍ଲା ଅଧିକାରୀଙ୍କୁ ଜଣାଇବେ । ଜିଲ୍ଲା ଅଧିକାରୀଙ୍କୁ ଜଣାଇଲେ ସେମାନଙ୍କ ପାଇଁ ଅନ୍ୟଦିନ ଧାର୍ଯ୍ୟ ହେବ । ପଞ୍ଜୀକରଣ କରିଥିବା ପରିଚୟପତ୍ର ବ୍ୟବହାର କରିବା ଜରୁରୀ । ନିର୍ଦ୍ଧାରିତ ତାରିଖରେ ହିତାଧିକାରୀ ନଆସିଲେ ପରେ ଟିକା ଦେବା ଅସମ୍ଭବ ହୋଇପଡିବ ।’

Get real time updates directly on you device, subscribe now.