fbpx

ପୋଲିସ ଭ୍ୟାନ୍ ପୋଡି ଘଟଣା: ୧୦୦ରୁ ଅଧିକ ଲୋକଙ୍କ ନାଁରେ FIR

ଭଦ୍ରକ,୧୫ ।୧(ଓଡିଶା ଭାସ୍କର): ପୋଲିସ ଉପରେ ଆକ୍ରମଣ ଓ ଭ୍ୟାନ୍ ପୋଡି ମାମଲାରେ ୧୦୦ରୁ ଉଦ୍ଧ୍ୱର୍ ଲୋକଙ୍କ ନାଁରେ ଏଫଆଇଆର ହୋଇଛି । ଏହା ସହ ୬ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ତିହିଡି ଅଲ୍ଲୀନଗରରେ ରାସ୍ତାରୋକ ବେଳେ ପୋଲିସକୁ ଆକ୍ରମଣ ହୋଇଥିଲା । ହାଟୁଆରୀ ଗାଁର ଯୁବକଙ୍କ ମୃତ୍ୟୁ ପରେ ଉତ୍ତେଜନାରୁ ପୋଡାଜଳା ହୋଇଥିଲା ।

ତେବେ ଭଦ୍ରକ ଜିଲ୍ଲା ଅଲିନଗର ଛକରେ ପୋଲିସ ଗାଡିକୁ ଲୋକମାନେ ପୋଡିଦେଇଥିଲେ । ଜଣେ ମୂକ ଯୁବକଙ୍କ ମୃତ୍ୟୁକୁ ନେଇ ଘଟିଥିଲା ତୁମୁଳ କାଣ୍ଡ ।ପୋଲିସ ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗରେ ଆରମ୍ଭ ହୋଇଥିଲା ଉତ୍ତେଜନା । ଅଲିନଗର ଛକରେ ମୃତଦେହ ରଖି ଉତ୍ତ୍ୟକ୍ତ ଲୋକମାନେ ରାସ୍ତା ଅବରୋଧ କରିଥିଲେ । ଅବରୋଧ ସ୍ଥାନକୁ ଆସିଥିବା ଭ୍ୟାନକୁ ପୋଡିବା ସହ ଲୋକମାନେ ପୋଲିସଙ୍କୁ ଗୋଡେଇ ଗୋଡେଇ ଆକ୍ରମଣ କରିଥିଲେ ।

Get real time updates directly on you device, subscribe now.