fbpx

ସିଏଚସି ଓ ପିଏଚସିରେ ସପ୍ତାହକୁ ୩ ଦିନ ଟିକା

ଭୁବନେଶ୍ୱର, ୨୨ା୧(ଓଡିଶା ଭାସ୍କର) : ସପ୍ତାହକ ଭିତରେ କୋଭାକ୍ସିନର ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ ରାଜ୍ୟକୁ ଆସିବ । କେବଳ ଭୁବନେଶ୍ୱରରେ କୋଭାକ୍ସିନ୍ ଟିକା ଦିଆଯିବ । ସିଏଚସି ଓ ପିଏଚସି ଗୁଡିକରେ ୩ ଦିନ ଟିକା ଦିଆଯିବ । ମଙ୍ଗଳବାର, ବୁଧବାର, ଶୁକ୍ରବାର ଓ ରବିବାର ଟିକାକରଣ ବନ୍ଦ ରହିବ । ମେଡିକାଲ କଲେଜରେ ଛୁଟିଦିନ ଛାଡି ସବୁଦିନ ଟିକା ଦିଆଯିବ । ଗତକାଲି ୪୩୬ ସେସନରେ ୪୪୮୮୦ ଟିକାକରଣ ହୋଇଛି । ୧୬ରୁ ୨୨ ତାରିଖ ଭିତରେ ୧,୧୩,୬୨୩ ଟିକାକରଣ ହୋଇଛି । ୨୦ଟି ଜିଲ୍ଲାରେ ୧୦୦%ରୁ ଅଧିକ ଟିକାକରଣ ହୋଇଛି । ଅରାଜି ୧୦୦ଟି ସେସନରେ ୧୩,୧୫୫ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.