fbpx

ବଦଳିଯିବ ରାଜଧାନୀର ରାସ୍ତାଘାଟର ଦୃଶ୍ୟ: ପ୍ରସ୍ତୁତ ହୋଇସାରିଛି ମାଷ୍ଟର ପ୍ଲାନ୍

ଭୁବନେଶ୍ୱର, ୮ା୨ (ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣ ପାଇଁ ପୂର୍ବରୁ ବହୁ ଯୋଜନା କରାଯାଇଥିଲେ ମଧ୍ୟ କିଛି ସଫଳ ହୋଇନାହିଁ । ବର୍ଷକୁ କୋଟି କୋଟି ଟଙ୍କା କେବଳ ରାସ୍ତାଘାଟ ମରାମତି ଓ ନିର୍ମାଣ ବାବଦରେ ଖର୍ଚ୍ଚ ହେଉଛି । ତେବେ କମ ଖର୍ଚ୍ଚରେ ନୂତନ କୌଶଳର ପ୍ରୟୋଗ କରି ଏଦିଗରେ ନୂତନ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ରାଜଧାନୀର ୧୦ଟି ମୁଖ୍ୟ ରାସ୍ତାରେ ସର୍ଫେସ୍ ମାଇନର୍ ଦ୍ୱାର ରାସ୍ତା ନିର୍ମାଣ କରାଯିବ । ପ୍ରଥମେ ଏହା ପରୀକ୍ଷାମୂଳକ ଭାବେ କାର୍ଯ୍ୟ କରିବା ପରେ ରାଜଧାନୀର ଅନ୍ୟ ଅଞ୍ଚଳର ରାସ୍ତାଘାଟ ଏପରି ଭାବେ ପ୍ରସ୍ତୁତ କରାଯିବ । ଏନେଇ ସରକାରଙ୍କ ପକ୍ଷରୁ ଏକ ଘରୋଇ ସଂସ୍ଥା ସହ ଆଲୋଚନା ହୋଇସାରିଛି । ଆସନ୍ତା ମାର୍ଚ୍ଚ ମାସ ମଧ୍ୟରେ କାର୍ଯ୍ୟ ସମାପ୍ତ କରାଯିବ ବୋଲି ପୂର୍ତ୍ତ ବିଭାଗର ଜଣେ ଅଧିକାରୀ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.