fbpx

ଦିଲ୍ଲୀ ହିଂସା ଘଟଣା: ଦୀପ ସିଦ୍ଧୁ ଗିରଫ

ନୂଆଦିଲ୍ଲୀ, ୯ ।୨: ଜାନୁଆରୀ ୨୬ରେ ଦିଲ୍ଲୀରେ ହୋଇଥିବା ହିଂସା ଘଟଣାର ଅଭିଯୁକ୍ତ ବା ପଞ୍ଜାବର ଅଭିନେତା ଦୀପ ସିଦ୍ଧୁଙ୍କୁ ଗିରଫ କରିଛି ପୋଲିସ । ଦୀପ ସିଦ୍ଧୁ ଗିରଫ ହେବା ନେଇ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ ପକ୍ଷରୁ ସୂଚନା ମିଳିଛି । ପ୍ରାୟ ୧୫ ଦିନ ଫେରାର ପରେ ଧରାପଡିଛନ୍ତି ଦୀପ ସିଦ୍ଧୁ । ପୋଲିସ ତା’ ଉପରେ ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲା ।

ତେବେ ଦିଲ୍ଲୀ ପୋଲିସ ଦୀପ ସିଦ୍ଧୁ ,ଜୁରାଜ ସିଂ , ଗୁରଜିତ ସିଂ ଏବଂ ଗୁରଜତ ସିଂଙ୍କ ଗିରଫ ପାଇଁ ସେମାନଙ୍କ ସମ୍ପର୍କରେ ଯେଉଁ ମାନେ ସୂଚନା ଦେବେ ସେମାନଙ୍କୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲା । ସେହିପରି ହିଂସାରେ ଜଡ଼ିତ ଥିବା ଅଭିଯୁକ୍ତ ଜାଜବିର ସିଂ , ବୁଟା ସିଂ , ସୁଖଦେବ ସିଂ ଏବଂ ଇକବାଲ ସିଂ ଙ୍କ ଗିରଫ ପାଇଁ ସୂଚନା ଦେବା ବ୍ୟକ୍ତିଙ୍କୁ ୫୦,୦୦୦ ଟଙ୍କାର ରାଶି ପ୍ରଦାନ କରାଯିବ ।  ଲାଲକିଲ୍ଲାରେ ହୋଇଥିବା ହିଂସାକାଣ୍ଡରେ ଅଭିଯୁକ୍ତ ପଞ୍ଜାବ ଅଭିନେତା ଦୀପ ସିଦ୍ଧୁ ବିହାରରେ ଲୁଚି ରହିଥିବା ନେଇ ପୂର୍ବରୁ ସୂଚନା ମିଳିଥିଲା ।

Get real time updates directly on you device, subscribe now.